ଭାଷଣ ବେଳେ ଭୁଶୁଡିଲା ମଞ୍ଚ

0 479

ଖବର ଆଜିରତାରିଖ ୦୧-୧୧-୨୦ ରବିବାର ।
୧-କର ବା ମର ମ୍ୟାଚରେ ସନରାଇଜର୍ସର ଶାନଦାର୍ ବିଜୟ । ୫ ୱିକେଟରେ ବାଙ୍ଗାଲୋରକୁ ହରାଇ ଫ୍ଲେଅଫ୍ସ ପାଇଁ ଆଶା ସଂଚାର କଲା ହାଇଦ୍ରାବାଦ, ମୁମ୍ବାଇ ପରେ ୩ଟି ଦଳକୁ ନେଇ ସସପେନ୍ସ ।
୨-ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ଓ୍ଵିକେଟ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ ।
୩-ନଭେମ୍ବରରେ ସ୍କୁଲ୍ ଖୋଲିବା ନେଇ ସରକାର ଠୋସ୍ ନିଷ୍ପତ୍ତି ଜଣାଇଲେ ନାହିଁ। ୧୫ ତାରିଖ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ଏସ୍‌ଆର୍‌ସି ନିର୍ଦ୍ଦେଶ ଜାରି କରିଛନ୍ତି।
୪- ଅନଲକ୍ ୬.୦ରେ ବିବାହ ଉତ୍ସବରେ ୨ଶହ, ଅନ୍ତିମ ସଂସ୍କାର ବେଳେ ୫୦ ଜଣଙ୍କୁ ଅନୁମତି ।
୫-ନଭେମ୍ୱରରେ ମନ୍ଦିର ଖୋଲିବା ସମ୍ଭାବନା କ୍ଷୀଣ ।
୬-ସ୍କୁଲ୍ ଖୋଲିବା ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା : ଶିକ୍ଷାବିତ୍‌ଙ୍କ ସ୍ୱାଗତ‌; ଅଭିଭାବକଙ୍କ ବିରୋଧ ।
୭-୫୮ ବର୍ଷର ରେକର୍ଡ ଭାଙ୍ଗିଲା: ଦିଲ୍ଲୀର ସବୁଠୁ ଥଣ୍ଡା ଅକ୍ଟୋବର ।
୮-ଦେଶର ପ୍ରଥମ ସି-ପ୍ଲେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୪୦ ମିନିଟରେ ଯାଇହେବ ୨୦୦ କିଲୋମିଟର ।
୯-ପ୍ରଚାରବେଳେ ମାଗଣା ଟୀକାର ପ୍ରତିଶ୍ରୁତି ଦେବା ନୁହେଁ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ: ଇସି ।
୧୦-ପ୍ରଥମ ଥର ଲାଗି ‘କର୍ବେଟ୍ ଟାଇଗର୍ ରିଜର୍ଭ’ରେ ରହିବେ ମହିଳା ‘ନେଚର୍ ଗାଇଡ୍‌’ ।
୧୧-ପୁଲୱାମା ହାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପାଲଟା ଆକ୍ରମଣ । କହିଲେ ସହିଦଙ୍କୁ ନେଇ କୁତ୍ସିତ ରାଜନୀତି କରିଥିଲେ ବିରୋଧୀ, ପଡୋଶୀ ଖୋଲିଦେଲା ସେମାନଙ୍କ ମୁଖା ।
୧୨-କନ୍ଧମାଳ ଜିଲାରେ ଆରମ୍ଭ ହେଲା ଗଞ୍ଜେଇ କଟା ଅଭିଯାନ, ପ୍ରଥମ ଦିନରେ ୧୩୫ ଏକର ସଫା ।
୧୩-ରାଷ୍ଟ୍ରପିତି ନିର୍ବାଚନ ପୂର୍ବରୁ ଆମେରିକାରେ ବୃଦ୍ଧି ପାଉଛି ମାରଣାସ୍ତ୍ର ବିକ୍ରି, ପ୍ରଥମ ଥର ବନ୍ଧୁକ କିଣିଛନ୍ତି ୫୦ ଲକ୍ଷ ଲୋକ ।
୧୪-ନିଟ୍ ଲାଭରେ ୨୮୪୪ କୋଟି ହାସଲ କଲା ରିଲାଏନ୍ସ ଜିଓ, ୩୩ ପ୍ରତିଶତ ବଢ଼ିଲା ରାଜସ୍ଵ ।।
୧୫-ଭାଷଣ ଦେବାବେଳେ ମଞ୍ଚ ଭୁଶୁଡିଲା: ପପୁ ଯାଦବଙ୍କ ହାତ ଭାଙ୍ଗିଲା ।
୧୬-ଭାରତୀୟ ବିମାନ ସେବାରେ ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ ହେଲେ ହରପ୍ରୀତ୍ ।

Leave A Reply

Your email address will not be published.