ସତ୍ୟବାଦୀ ପୋଲିସ ଜବତ କଲା ୬୦ ଲକ୍ଷ ଟଙ୍କାର ଧଳା ଜହର

0 284

ସାକ୍ଷୀଗୋପାଳ,୧/୧୧(ଏସ ଏସ ନିୟୁଜ)ସତ୍ୟବାଦୀ ଥାନା ପୋଲିସ  ପେଟୋଲିଂ ବେଳେ ବ୍ରାଉନ ସୁଗାର ଧରିବାରେ ସକ୍ଷମ  ହୋଇଛନ୍ତି ।ପୋଲିସ ପୁରୀ ଜାତୀୟ ରାଜପଥର ପଟ୍ଟନାୟକିଆ ଛକ ଠାରେ ପ୍ରାଟୋଲିଂ କରୁଥିବା ବେଳେ ଭୁବନେଶ୍ୱର ଆଡୁ  ଆସୁଥିବା ଏକ ଧଳା ରଙ୍ଗର ହୁଣ୍ଡାଇ କାରକୁ ରୋକିଥିଲ୍ଲେ  । କାରଟିକୁ ଯାଞ୍ଚ ବେଳେ ୩୦୨ ଗ୍ରାମ ର ବ୍ରାଉନ ସୁଗାର  ଜବତ କରିଥିଲେ ।କାରରେ ବସିଥିବା ଡ୍ରାଇଭରକୁମିଶାଇ ୫ଜଣଙ୍କୁ ପୋଲିସ ଗିରଫ କରି କୋର୍ଟକୁ ଚାଲାଣକରିଛି ।ପୁରୀ ଏସପି ଅଖିଳେଶ୍ୱ ସିଂଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ତତ୍ୱବଧାନରେ ଏକ  ଟିମ ୩୧୬ନଂ ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥର ପଟ୍ଟନାୟକିଆ ଛକ ଠାରେ ପ୍ରାଟୋଲିଂ କରୁଥିଲେ ।ତେବେ ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି ଶ୍ରୀ ପାତ୍ର କହିଛନ୍ତି ।

 

Leave A Reply

Your email address will not be published.