ଭୀଷଣବାତ୍ୟାରେ ପରିଣତହେଲା ବିପର୍ଯ୍ୟୟ’

0 209

ଭୁବନେଶ୍ୱର,୯ା୬(ଏସଏସନିଉଜ) ଭୀଷଣ ବାତ୍ୟାରେ ପରିଣତ ହେଲା ସାମୁଦ୍ରିକ ବାତ୍ୟାବିପର୍ଯ୍ୟୟ’ । ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟାର ଘଣ୍ଟାପ୍ରତି ୫କି.ମି. ବେଗରେ ଉତ୍ତର ଆଡକୁ ଅଗ୍ରସର ହେଉଛି। ଆଗାମୀ ୪୮ଘଣ୍ଟା ଭିତରେ ଏହା ଆହୁରି ତୀବ୍ର ହୋଇ ପରବର୍ତ୍ତୀ ୩ ଦିନରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ୧୨ତାରିଖ ସୁଦ୍ଧା ଆରବସାଗରରେ ବଳଗୋଟାଇ ଭୀଷଣ ବାତ୍ୟାରେ ପରିଣତ ହେବ। ଏହାର ପ୍ରଭାବ ଗୋଆ , ଗୁଜରାଟ , କର୍ଣ୍ଣାଟକ ଓ ମହାରାଷ୍ଟ୍ର ଉପକୂଳରେ ପଡିପାରେ ବୋଲି ଅନୁମାନ କରିଛି ପାଣିପାଗବିଭାଗ ।

 

Leave A Reply

Your email address will not be published.