ଆଜିର ରାଶିଫଳ

0 190

ଜୁନମାସ ୧୦ତାରିଖ ୨୦୨୩ ମସିହା (ଶନିବାର) ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ୦୨/୩୧ ପର୍ୟ୍ୟନ୍ତ ତଦନ୍ତେ ଅଷ୍ଟମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୧/୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୩୧,
ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଅଷ୍ଟମୀର ପାର୍ବଣଶ୍ରାଦ୍ଧ,ବିଶୁଦ୍ଧ ଅମୃତବେଳା – ରାତ୍ରି ଘ୦୮/୪୭ ଗତେ ଘ୧୧/୩୫ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳା- ଦିବା ଘ୦୯/୧୦ ଗତେ ଘ୦୯/୫୭ ମଧ୍ୟେ,ତାଳ ଦିବା ଘ୦୨/୩୧ ଗତେ ନଡ଼ିଆ ଭକ୍ଷଣ ନିଷେଧ।
ମେଷ:- ଆଜି ଦିନଟି ଶୁଭ ଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟ ଗୁଡ଼ିକରେ ଖର୍ଚ୍ଚ ହୋଇପାରେ।
ବୃଷ:-କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।
ମିଥୁନ:-ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।
କର୍କଟ :-ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀ ଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।
ସିଂହ :-ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।
କନ୍ୟା :-ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତି ଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।
ତୁଳା :- ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।
ବିଛା:- ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।
ଧନୁ :-ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟ ଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣ ରେ ସୁଖଶାନ୍ତି ରହିବ। ବ୍ୟବ ସାୟରେ ସଫଳତା ପ୍ରାପ୍ତ ହେବ।
ମକର :-ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
କୁମ୍ଭ:-ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇ ପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
ମୀନ:-ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।

ବାସ୍ତୁଶାସ୍ତ୍ରଅନୁସାରେ କିଛି ପଶୁମାନଙ୍କୁନେଇ ଶୁଭ ଏବଂ ଅଶୁଭର ବିଚାର କରାଯାଇଛି,ଆସନ୍ତୁ ଜାଣିବା – ଘରେ ଗାଈର ପ୍ରସବହେବା ଶୁଭସଂକେତ ଦେଇଥାଏ ଏବଂ ଏହା ଵଂଶବୃଦ୍ଧିର ସୂଚକ ଅଟେ।ଘରେ ଚୁଚୁନ୍ଦ୍ରା ବିଚରଣକରିବା ଶୁଭତଥା ସମୃଦ୍ଧିଦାୟକ ହୋଇଥାଏ।।ଘରେ ଚମଚଟାଆସିବା ଅଶୁଭସଂକେତ ହୋଇଥାଏ।ମହୁମାଛି , ବିରାଡ଼ିବସା ଘରେରହିବା ସଦସ୍ୟଙ୍କୁ ରୋଗୀ ବନାଇଥାଏ।ଯେଉଁଘରରମୁଖ୍ୟଦ୍ୱାରରେ ଗାଈଵୋବାଏ ସେହିଘରେ ସୁଖସମୃଦ୍ଧିର ବୃଦ୍ଧି ହୋଇଥାଏ।ଯେଉଁଘରେ ବିଲେଇଆସି ପରସ୍ପରସହିତ ଲଢେଇକରିଥାନ୍ତି ତ ସେହିଘରେ ଅଘଟଣ ହୋଇଯାଏ।ଅଧରାତିରେ ଘରର ମୁଖ୍ୟଦ୍ୱାର ଆଡ଼କୁଚାହିଁ କୌଣସିକୁକୁର କାନ୍ଦେ ତ ଘରେ ରହୁଥିବା ସଦସ୍ୟଙ୍କୁ ଘୋରସଂକଟର ସାମ୍ନା କରିବାକୁ ପଡିଥାଏ ଏବଂ ପରିବାରରେ କୌଣସି ସଦସ୍ୟଙ୍କର ମୃତ୍ୟୁ ହେବାର ସଂକେତ ଦେଇଥାଏ।ସିଆଳ ବୋବାଇଲେ ପଡୋଶିରେ ମୃତ୍ୟୁହେବାର ସଂକେତ ଦେଇଥାଏ।ଯଦି ଗଧ ଘରଆଡ଼କୁ ମୁହଁକରି ଜୋରଜୋରକରି କୁଦେ ତ ଏହା ସଙ୍କଟ ଆସିବାର ସଂକେତ ଦେଇଥାଏ।ଘରେ ଯଦି ଜଙ୍ଗଲୀପାରା ଆସି ବସାବନାଏ ତ ଗୃହସ୍ୱାମୀଙ୍କୁ ସେହିଘର ଛାଡିବାର ପରିସ୍ଥିତି ଆସିଯାଏ।ଯଦି ବାଇଚଢେଇବସା ବନାଏ ତ ଘରରସ୍ୱାମୀଙ୍କୁ ଉନ୍ନତି ହୋଇଥାଏ ଆଉ ଆର୍ଥିକସ୍ଥିତି ମଜବୁତ ହୋଇଥାଏ। ଯଦିକେହି ବାଇଚଢେଇର ବସା ଭାଙ୍ଗିଦିଏ ତ ଘରରସ୍ୱାମୀଙ୍କୁ ଆର୍ଥିକସ୍ଥିତିର ସାମ୍ନା କରିବାକୁ ପଡିଥାଏ।ଘରରଛାତରେ କିମ୍ବା ଘରର କୌଣସିଜାଗାରେ କୋଇଲି ବୋବାଏ ତ ଘରର ସମୃଦ୍ଧିର ବୃଦ୍ଧି ହୋଇଥାଏ।ଘରର ମୁଖ୍ୟଦ୍ୱାର ଉପରେ କିମ୍ବା ଉଚ୍ଚସ୍ଥାନରେ ପେଚା କୁଆ ବସିବାରଅର୍ଥ ଘରରସ୍ୱାମୀ ଉପରେ ବିପଦ ଆସିବାର ସଂକେତ ଦେଇଥାଏ।କୌଣସିପକ୍ଷୀ ଯଦି ଘରରସୀମା ଭିତରେ ହାଡ଼ କିମ୍ବା ମାଂସଖଣ୍ଡ ଆଣି ପକାଇଦିଏ ତ ଏହା ବିପଦ ଆସିବାର ସଂକେତ ଦେଇଥାଏ। ନେଉଳ ମାଛ ହଂସ ଯେଉଁଠି ବି ଦେଖିବେ ଏହାକୁ ଶୁଭ ସଂକେତ ମାନାଯାଏ। ଏମାନଙ୍କୁ ଦେଖିବାଦ୍ୱାରା ଆପଣଙ୍କକାମରେ ଆସୁଥିବାବାଧା ନଷ୍ଟ ହୋଇଯାଏ।ପାରା ଘରେବସିବା ତଥା ଆସନ ଖଟ ପଲଙ୍କ ଆଦି ଉପରେବସିବା ଅଥବା

ଘରେପ୍ରବେଶ କରିବା ଘରଲୋକଙ୍କ ପାଇଁ ଶୁଭ ମାନାଯାଏ।ଯଦି ପାରା ଧଳାରଙ୍ଗର ହୋଇଥିବ ତ ୧ବର୍ଷପାଇଁ ଶୁଭଦାୟକ ହୋଇଥାଏ। ଯଦି କଳାଧଳା ମିଶା ପାରା ହୋଇଥାଏ ତ ୬ମାସପର୍ଯ୍ୟନ୍ତ ଶୁଭଫଳ ପ୍ରାପ୍ତ ହୋଇଥାଏ।ଯଦି କୁଆ ନିଜରପାଟିରେ କୌଣସି ବସ୍ତୁଆଣି ଘରେପକାଏ ତ ଦ୍ରବ୍ୟଲାଭ ହୋଇଥାଏ। ଯଦି ହଳଦିଆବସ୍ତୁ ଆଣି ପକାଏ ତ ସ୍ଵର୍ଣ୍ଣଲାଭ ହୋଇଥାଏ। ଯଦି ଧଳାରଙ୍ଗର ଵସ୍ତୁ କିମ୍ବା ଧଳାକପଡା ଆଣେ ତ ଚାନ୍ଦିରଲାଭ ହୋଇଥାଏ। ଯଦି କୌଣସି ଘରର ଛାତଉପରେ ଦୁଇଟିକୁଆ ବସିଥାନ୍ତି ଆଉ ଅନ୍ୟକୁଆ ଗୋଟେଆସି ବସିଯାଏ ତ ପରିବାର ବୃଦ୍ଧି ହୋଇଥାଏ ଏବଂ ସୁଖଶାନ୍ତି ବନି ରହିଥାଏ।ଯଦି କୌଣସିକୁଆ ଉଡୁଥିବାସମୟରେ ଘରଉପରେ ପଡ଼ିଯାଏତ ସେହିଘରେ ରହିଥିବା ସଦସ୍ୟଙ୍କ ଭାଗ୍ୟ ଚମକି ଉଠିଥାଏ। ଯଦି କାହାଘରେ କୁଆ ମରିଯାଇଥିବା ଚୁଚୁନ୍ଦ୍ରା ପକାଇଦିଏ ତ ସେହି ଘରେ ଝଗଡା କ୍ଳେଶତଥା ଅଶାନ୍ତି ରହିଥାଏ। ଯଦି କୌଣସିଘରେ କୁଆମାନେ ଲଢେଇ କରିଥାନ୍ତ କିମ୍ବା ରାବିଥାନ୍ତି ତ ସେହି ଘରେ ବିପଦ ଆସିଥାଏ।ଯେଉଁଘରେ କଳାରଙ୍ଗର ପିମ୍ପୁଡିଆସନ୍ତି ସେହି ଘରେ ଧନର ବୃଦ୍ଧି ହୋଇଥାଏ। ଯଦି ନାଲିପିମ୍ପୁଡି ଥାନ୍ତି ତେବେ ଧନରନାଶ ହୋଇଥାଏ।ଯଦିଘରେ ବିଲେଇଛୁଆ ଜନ୍ମକରେ ତ ଘରେ କଷ୍ଟ ହୋଇଥାଏ କିନ୍ତୁ ବିଲେଇରଛୁଆ ଘରେ ରହିଯାଏ ତ ବହୁତ ଲାଭ ହୋଇଥାଏ। ବିଲେଇ ଅନ୍ୟ ଜାଗାରେ ଜନ୍ମ ଦେଇଥିବା ଛୁଆକୁ ଘରକୁ ଆଣେ ତ ଶୁଭକାର‌୍ୟ୍ୟ ହୋଇଥାଏ।ପାରା ସୁଆ ଛେଳି ଆଦି ଘରେ ପାଳିବା ଉଚିତ ନୁହେଁ। ଘରେ ଚୁଚୁନ୍ଦ୍ରା ଅଧିକ ହେଲେ ଘରେ ରୋଗ ଆସିବାର ସମ୍ଭାବନା ବଢିଯାଏ ।!!ଜୟ ଜଗନ୍ନାଥ, ଜୟ ସୋମ ନାଥ ,ଜୟମା ଯୋଗମାୟା!!

Leave A Reply

Your email address will not be published.