କଣକଲେ ତ୍ବଚା ଚମକିବ

0 145

ପ୍ରତିଦିନ ଖିରକୁ ନିଜତ୍ବଚା ଯତ୍ନପାଇଁ ବ୍ୟବହାରକଲେ, ଚମକ ଆସିବାସହ ଅନ୍ୟସମସ୍ୟା ବି ଦୂରେଇଯାଏ।ଜାଣନ୍ତୁ କଣ କରିବାକୁ ପଡିବ ।
ମହୁ ଓ ଖିର:-ଖିରରେ ମହୁ ମିଶାଇ ମୁହଁ, ହାତ ଓ ବେକରେ ଲଗାନ୍ତୁ। ମହୁ ତ୍ୱଚାପାଇଁ ଔଷଧ ଭଳି କାମକରେ। ଏହାକୁ ଲଗାଇଲେ ତ୍ବଚାରେ ଚମକଆସେ। ତ୍ବଚାକୁ ସଫାକରିବାକୁ ଏକଛୋଟ ଚାମଚ ମହୁରେ ଖିରମିଶାଇ ମୁହଁରେଲଗାଇବେ।୧୦ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ମୁହଁକୁ ଥଣ୍ଡାପାଣିରେ ଭଲଭାବେ ଧୋଇଦିଅନ୍ତୁ। ଦେଖିବେ ଆପଣଙ୍କ ମୁହଁରେ କେମିତି ଚମକ ଆସୁଛି।
ତ୍ବଚାଭାଙ୍ଗ:-ଦୁଇଚାମଚ ମହୁରେ ଅଧଚାମଚ ଗ୍ଲିସେରିନ୍ ଓ ଚାରିଚାମଚ ଖିରସରକୁ ମିଶାଇ ତ୍ବଚାରେ ଲଗାନ୍ତୁ। ସପ୍ତାହରେ ଦୁଇଥର ଏହି ମିଶ୍ରଣ ଲଗାଇଲେ ତ୍ବଚାଭାଙ୍ଗ ସମସ୍ୟା ଦୂରହୁଏ।
ଓଠକଳା:-ଯଦି ଓଠ କଳାପଡ଼ିଛି, ଖିରକୁ ଓଠରେ ଲଗାଇଲେ ତା’ କଳାପଣ ଦୂରହୁଏ। ଯଦି ଆପଣଙ୍କଓଠ ଫାଟୁଛି, ତେବେ୨ଚାମଚଗୋଲାପଜଳ, ଅଧଚାମଚ ଲେମ୍ବୁରସସହ ଖିରକୁ ଭଲଭାବେ ମିଶାଇ ଲଗାଇପାରିବେ।
ଖିରସର:-ଖିର ଲଗାଇଲେ ତ୍ୱଚା ଅଧିକ କୋମଳ ହୁଏ। ଦୁଇଚାମଚ ଖିରସର ସହ ମହୁ ମିଶାଇ ତ୍ୱଚାରେ ଲଗାନ୍ତୁ । ଏପରିକଲେ ତ୍ୱଚାରଶୁଷ୍କତା ଦୂରହୋଇଥାଏ। ଖିର ସହଗୋଲାପଜଳ ମିଶାଇ ପୂରା ଶରୀରରେ ଲଗାଇବାଦ୍ୱାରା ତ୍ୱଚାରରଙ୍ଗ ଧୀରେଧୀରେ ସଫା ହୁଏ।

 

Leave A Reply

Your email address will not be published.