ଭକ୍ତଦାସିଆ ପୀଠରେ ଝୁଲଣପର୍ବ ମହୋସ୍‌ବ

0 486

ଭୁବନେଶ୍ୱର,୧୮/୮(ସତ୍ୟସନ୍ଧାନଡେସ୍କ୍‌)ବାଲିଗାଁସ୍ଥିତ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଅଧିଷ୍ଠିତ ଚତୁର୍ଦ୍ଧାମୁର୍ତୀଙ୍କର ଝୁଲଣପର୍ବ ଶ୍ରାବଣ ମାସ ଶୁକ୍ଳପକ୍ଷ ଦଶମୀଠାରୁ ପ୍ରତିପଦ ପର୍ଯ୍ୟନ୍ତ ଦୀର୍ଘ୭ଦିନ ବ୍ୟାପୀ ପାଳିତ ହୋଇଯାଇଛୀ ।ଏଠାରେ ଅନୁଷ୍ଠିତ ପ୍ରତ୍ୟକପୁଜାପଦ୍ଧତି ଶ୍ରୀମନ୍ଦିର ରୀତିନିତୀ ଅନୁଯାୟୀା ପାଳିନ କରାଯାଇଥିଲା । ପ୍ରତ୍ୟେକସନ୍ଧ୍ୟା ଆଳତୀ ପରେ ମଦନମୋହନ,ଭୁଦେବୀ,ଶ୍ରୀଦେବୀ ଓ ଗୁରୁଣ୍ଡିଗୋପାଳଙ୍କୁ ଝୁଲଣ ବିମାନରେ ବିରାଜମାନ କରାଯାଇ ଝୁଲଣପର୍ବ ପାଳନ କରାଯାଇଥିଲା । ଏହାପରେ ନ,ନିକଟସ୍ଥ ଗ୍ରାମ ରାୟଗୁରୁପୁର, ପ୍ରହରାଜପୁର, ଆବଲପୁର, ଶ୍ରୀପତିପୁର, ମଙ୍ଗଳପରରୁ ଶ୍ରଦ୍ଧାଳୁଭକ୍ତମାନଙ୍କଦ୍ୱାରା ପାରମ୍ପାରିକ ସଙ୍ଗୀତ,ଭଜନକିର୍ତନ ପରିବେଷଣ ହୋଇଥିଲ।। କରୋନା କଟକଣା ଅନୁଯାୟୀ ପ୍ରେତ୍ୟହ ୧୫/୨୦ଭକ୍ତମାନଙ୍କର ସମାଗମ କରାଯାଇଥିଲା । ଭଜନ କିର୍ତନପରେ ଫଳଭୋଗ,କ୍ଷୀରା,ଅମାଲୁ,ସର ଓ କୋରାଖଇ ଭୋଗ ପ୍ରଭୁଙ୍କପାଖରେ ଅର୍ପଣ କରାଯାଇଥିଲା ।ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମିଧରପାଢୀ,ସହାୟକ ଆଚାର୍ଯ୍ୟ ରାମ ମାନସ ମିଶ୍ର,ନାରାୟଣରଥ,ସତ୍ୟଜିତପାଢୀ,ପୁଜାକର୍ମ ସମ୍ପାଦନ କରିଥିଲେ । କୃଷ୍ନଚନ୍ଦ୍ରରାଉତ,କବିତ୍ରବେହେରା.ଯୋଗେନ୍ଦ୍ରସାହୁ,ଗିରିଧାରୀପଲେଇ,ଲକ୍ଷ୍ମୀଧରଲେଙ୍କା,ପଂଚୁଜେନା,ସଞୟସାହୁ,ସାଗରବଳଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବାବେଳେ ।ଭକ୍ତଦାସିଆ ସ୍ମୃତିକମିଟି ପକ୍ଷରୁ ଆୟୋଜିତ ଉକ୍ତ ମହୋସ୍‌ବ ରେ ବାଲିଗାଁର ଗ୍ରାମବାସୀମାନେ ସହଯୋଗ କରିଥିଲେ । କୃଷ୍ନଚନ୍ଦ୍ରଲେଙ୍କା,ସ୍ୱୟଂପ୍ରକାଶ ପରିଡା ଏହାକୁ ତତ୍ୱାବଧାନ କରିଥିଲେ ।

Leave A Reply

Your email address will not be published.