ଅସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହ

0 464

ନୂଆଦିଲ୍ଲୀ୧୮/୮(ସତ୍ୟସନ୍ଧାନଡେସ୍କ) ସୋମବାର ବିଳମ୍ବିତ ରାତିରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀସ୍ଥିତ ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ପୁଣି ଥରେ ଅସୁସ୍ଥ ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ଅଗଷ୍ଟ ୨ରେ ଗୃହମନ୍ତ୍ରୀ ଶାହ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଫେରିବା ସହ ରିପୋର୍ଟ ନେଗେଟିଭ୍ ଆସିବା ବେଳେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କିଛିଦିନ ପାଇଁ ସେ ହୋମ ଆଇସୋଲେସନରେ ରହିବେ ବୋଲି ଟ୍ୱିଟ୍ କରି କହିଥିଲେ।

Leave A Reply

Your email address will not be published.