ଭୋଜିରେ ଗଣ୍ଡୋଗଳ,୩କୋର୍ଟଚାଳଣ

0 207

ବାରଙ୍ଗ,୮ା୧(ଏସଏସନିଉଜ)ରବିବାରଦିନ ବଟାନିକାର୍ଲଗାର୍ଡେନରେ ଭୋଜିକୁନେଇ ଉପୁଜିଥିବା ଗଣ୍ଡୋଗଳ ଘଟଣାରେ ନନ୍ଦନକାନନଥାନା ପୋଲିସ ସୋମବାରଦିନ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି ।ସେମାନେ ହେଲେ ପଦାସାହି ଭଗବତୀନଗର ଗ୍ରାମର ଦିପକସାମଲ ,କିରଣସାମଲ (ମନୁଆ),ଆନନ୍ଦସାମଲ ।
ପ୍ରକାସ ଯେ,ରବିବାରଦିନ ବଟାନିକାର୍ଲ ଗାର୍ଡେନରେ କଟକ ଅଂଚଳର ରାଜେନ୍ଦ୍ରସାହୁ, ସାଦ ଅହମଦ , ଦେବଦତ୍ତ ମହାପାତ୍ର ଓ ତାଙ୍କ ସହଯୋଗୀମାନେ ଓ ପଦାସାହି ଭଗବତୀନଗରର ଦିପକସାମଲ ,କିରଣସାମଲ(ମନୁଆ),ଆନନ୍ଦସାମଲ ଓ ତାଙ୍କ ସହଯୋଗୀମାନେ ଭୋଜି କରୁଥିଲେ ।ଭୋଜିକୁ ନେଇ ଉଭୟଗୋଷ୍ଠିଙ୍କ ମଧ୍ୟରେ ବିବାଦ ଓ ଗଣ୍ଡୋଗଳ ଆରମ୍ଭ ହୋଇଥିଲା ।ଅପରାହ୍ନ୪ଟାପାଖାପାଖି ଉଭୟ ୨ଟି କାର ଯୋଗେ ଫେରୁଥିବାବେଳେ ବଟାନିକାର୍ଲଗାର୍ଡେନ ଗେଟ ପାଖରେ ରାଜେନ୍ଦ୍ରସାହୁ ଆସୁଥିବା କାରକୁ ଦିପକ ଓ ତାର ସହ ଯୋଗୀମାନେ ରୋକି ରାଜେନ୍ଦ୍ରସାହୁ, ସାଦ ଅହମଦ , ଦେବଦତ୍ତ ମହାପାତ୍ରଙ୍କୁ ଅଶ୍ରବ୍ୟଭାଷାରେ ଗାଳିଗୁଲଜ କରିଥିଲେ ।ଏହାକୁ ବିରୋଧ କରିବାରୁ ସେମାନଙ୍କୁ ହତ୍ୟା କରିବା ଉଦେଶ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ।ଏଥିରେ ସାଦ ଏବଂ ଦେବଦତ୍ତ ଗୁରୁତର ଆହତ ହେବା ସହ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ପାଇଥିଲେ ।ଖବରପାଇ ପିସିଆର ଘଟଣାସ୍ଥଳରେ ପହଁଚି ଆହତମାନଙ୍କୁ ଚିକିସ୍‌ା ପାଇଁ ଡାକ୍ତରଖାନାକୁ ଆଣିଥିଲା ।ପରେ ରାଜେନ୍ଦ୍ର ସାହୁଙ୍କ ଅଭିଯୋଗ ଭିତ୍ତି କରି ପୋଲିସ ୬/୨୪କେଶନଂରେ ଏକ ମକଦ୍ଦମାରଜୁକରି ଦିପକ କିରଣ,ଆନନ୍ଦଙ୍କୁ ସୋମବାର କୋର୍ଟଚାଳଣ କରିବାସହ ସେମାନେ ବ୍ୟବହାର କରିଥିବା ଏକ କାରକୁ ଜବତ କରିଛି ।

 

Leave A Reply

Your email address will not be published.