ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ

ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ୨୦୨୫

ଭୁବନେଶ୍ବର,୧୦।୮(ଏସଏସନିଉଜ)ପୁରୁଷ ୪୦୦ ମିଟର ଫାଇନାଲରେ ବାଜି ମାରିଲା ଭାରତ।ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କଲେ ଭାରତୀୟ ଖେଳାଳି।୪୫.୭୨ ସେକେଣ୍ଡ ସହ ପ୍ରଥମ ସ୍ଥାନ ଅଧିକାର କଲେ ଟି.କେ ଵିଶାଲ ।ମହିଳା ୪୦୦ ମିଟର ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କଲେ କର୍ଣ୍ଣାଟକର ଜି.କେ ବିଜୟାକୁମାରୀ।୫୩.୪୦ ସେକେଣ୍ଡରେ ୪୦୦ ମିଟର ଅତିକ୍ରମ କଲେ ବିଜୟା।ପୁରୁଷ ୧୦୦ ମିଟର ଫାଇନାଲରେ ବିଜୟୀ ହେଲେ ମାଲେସିଆର ମହମ୍ମଦ ଆଜିମ।୧୦.୩୫ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କଲେ ମହମ୍ମଦ।ପଦକ ହରାଇଲେ ଓଡ଼ିଆ ଆଥଲେଟ୍ ଲାଲୁ ପ୍ରସାଦ ଭୋଇ ।୧୦.୫୪ ସେକେଣ୍ଡ ସହ ଚତୁର୍ଥସ୍ଥାନରେ ରହିଲେ ଲାଲୁ।

- Advertisement -

Leave A Reply

Your email address will not be published.