ଭୁବନେଶ୍ୱର,୩୦/୬(ଏସ ଏସ ନିଉଜ) ରାଜ୍ୟରେ କରୋନା ସଂକ୍ରମଣ ବଢିବା ପରେ ବିଏମସି ପକ୍ଷରୁ କଟକଣା ଲାଗୁ କରାଯାଇଛି । ଏଣିକି ଭୁବନେଶ୍ୱରରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।କରୋନା ସଂକ୍ରମଣ ବଢୁଥିବା ଓ ୪ର୍ଥ ଲହର ଆସୁଥିବାରୁ ସହରରେ ବିଏମସି କଟକଣା ଲାଗୁ କରିଛି ।ଏହାସହ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସର୍ବସାଧାରଣରେ ନ ଛେପ ପକାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।କୋଭିଡ ନିୟମରେ ଖିଲାପ କଲେ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।