ଭୁବନେଶ୍ୱର:ଖୋଲିବନି ମଦ ଦୋକାନ

0 214

ସଂକ୍ଷେପରେ ଆଜିର ଖବର,ତାରିଖ ୦୬/୦୫/୨୦୨୦, ବୁଧବାର
୧-ସତର ଜିଲାକୁ କାଳବୈଶାଖୀ ଡ଼ର; ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା।
୨-ଗାଁରେ କରାଯାଇଥିବା ବ୍ୟାରିକେଡ୍ ହଟାଯାଉ, ନହେଲେ ହେବ କାର‌୍ୟ୍ୟାନୁଷ୍ଠାନ:ଏସଆରସି
୩-ସାଉଦୀ ଆରବରେ କାର‌୍ୟ୍ୟରତ ୨୬ ଲକ୍ଷ ଭାରତୀୟଙ୍କ ଦାନାପାଣି ସଙ୍କଟରେ।
୪-ଭୁବନେଶ୍ୱରରେ ହୋମ୍ ଓ ସରକାରୀ କ୍ୱାରେଣ୍ଟାଇନ ଆରମ୍ଭ, ରିସିଭିଂ ସେଣ୍ଟରରେ ପ୍ରବାସୀଙ୍କ ସ୍କ୍ରିନିଂ ।
୫-ଛତ୍ରପୁର:ନାକେଦମ୍ କଲେଣି ସୁରତ ଫେରନ୍ତା,ସଙ୍ଗରୋଧ କେନ୍ଦ୍ରରେ ଗୋଷ୍ଠୀ ସଂଘର୍ଷ,ଚମ୍ପଟ ଘଟଣାରେ ୧୨ଜଣଙ୍କ ନାମରେ ଏତଲା।
୬-ଜୁଲାଇ ୧୮ରୁ ୨୩ମଧ୍ୟରେ ହେବ ଜେଇଇ ମେନ୍ ପରୀକ୍ଷା,୨୬ରେ ଏନଇଇଟି, ଉତ୍ତର ପୁର୍ବ ନୂଆ ଦିଲ୍ଲୀ ବ୍ୟତୀତ ଦେଶରେ ଅନ୍ୟଠି ହେବ ନାହିଁ ସିବିଏସଇର ବାକି ଥିବା ଦଶମ ଶ୍ରେଣୀ ପରୀକ୍ଷା।
୭-୧୧ରୁ ମାଟ୍ରିକ ଖାତାଦେଖା ଯୋଜନା,ଗ୍ରିନ ଓ ଅରେଞ୍ଚ ଜୋନରେ ମୂଲ୍ୟାୟନ ପାଇଁ ସରକାରଙ୍କ ଅନୁମତି ମାଗିଛି ବୋର୍ଡ।
୮-ଜିଦରେ ଅଟଳ “ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ”, ଗ୍ରୀନ ଜୋନରେ ବି ଗଡ଼ିଲାନି ବସ।
୯-ଭୁବନେଶ୍ୱର:ଖୋଲିବନି ମଦ ଦୋକାନ,ସ୍ଥିତି ସମୀକ୍ଷା ପରେ ନିଷ୍ପତ୍ତି।ମଦ ଉପରେ କରୋନା ଟିକସ:ଦିଲ୍ଲୀରେ ୭୦ ଓ ଆନ୍ଧ୍ରରେ ୭୫% ଲାଗୁ।
୧୦-ସୁରତରୁ ପ୍ରବାସୀମାନେ କେବଳ ଟ୍ରେନ ଯୋଗେ ଓଡ଼ିଶା ଫେରିପାରିବେ,ଘୋଷଣା କଲେ ରାଜ୍ୟସରକାର।
୧୧-୧ ଲକ୍ଷ କର୍ମଚାରୀଙ୍କୁ ୨୦୭ କୋଟିର ଅନୁଦାନ ଦେଲା ଇପିଏଫ୍ଓ।
୧୨-ଜାତୀୟ କୃଷି ଓ ଗ୍ରାମ୍ୟ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ମଙ୍ଗଳବାର ଦିନ ବିଭିନ୍ନ ରାଜ୍ୟର ସମବାୟ ବ୍ୟାଙ୍କସମୂହ ଏବଂ ଆଞ୍ଚଳିକ ଗ୍ରାମ୍ୟବ୍ୟାଙ୍କଗୁଡିକୁ ୧୨,୭୬୭ କୋଟି ଟଙ୍କା ଯୋଗାଇ ଦିଆଯାଇଛି।
୧୩-ଚାଇନା ଛାଡୁଥିବା ବିଦେଶୀ କମ୍ପାନୀଙ୍କ ପାଇଁ ୪ଲକ୍ଷ ୬୧ ହଜାର ହେକ୍ଟର ଜମି ପ୍ରସ୍ତୁତ କରୁଛି ଭାରତ।

Leave A Reply

Your email address will not be published.