ଭୁଲହୋଇଗଲା କହିଲେ ଦିଦି

0 207

ମୟୁରଭଞ୍ଜ , ୨୨/୬(ଏସଏସନିୟୁଜ) ଜାଣିପାରିଲେନି ଦିଦି । ଜଣେ ବ୍ୟକ୍ତିଙ୍କୁ ୫ ମିନିଟ୍‌ରେ ସ୍ବାସ୍ଥ୍ୟ କର୍ମୀ ଜଣଙ୍କ କୋଭିସିଲଡ୍‌ର ୨ଟି ଡୋଜ୍ ଦେଇଦେଲେ ।ଏହିଭଳି ଦାୟିତ୍ୱହିନତା ଘଟଣା ବାରିପଦା ବେତନଟୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି । ବାଛୁରୀପଡ଼ା ଗାଁର ପ୍ରସନ୍ନ ସାହୁ ୧୯ ତାରିଖରେ କରୋନା ଟିକା ନେବାପାଇଁ ଖୁଣ୍ଟାପୁର ଉଚ୍ଚ ବିଦ୍ୟାଳୟରେ ପହଁଚିଥିଲେ । ନାମ ପଞିକରଣ ପରେ ତାଙ୍କୁ ନର୍ସ ଜଣଙ୍କ ପ୍ରଥମ ଡୋଜ ଦେଇଥିଲେ ।କିଛିସମୟପରେ ପୁଣି ଦ୍ୱିତୀୟ ଡୋଜଟି ଦେଇଦେଲେ । ପ୍ରସନ୍ନ ମନାକରିଥିଲେ ମଧ୍ୟ ନର୍ସଜଣଙ୍କ ନଶୁଣିବାଭଳି ହୋଇଥିଲେ ।ପରେ ଜାଣିବାପରେ ଭୁଲହୋଇଗଲା ବୋଲି କହିଥିଲେ । ନୀୟମଅନୁସାରେ ପ୍ରଥମ ଡୋଜ ନେବାର ୪୨ରୁ ୮୪ଦିନ ଭିତରେ ଦ୍ବିତୀୟ ଡୋଜ୍ ଟିକା ପରିବର୍ତେ ୫ମିନିଟରେ ଦୁଇଟି ଟିକା ଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି

Leave A Reply

Your email address will not be published.