ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0 175

ମାଲକାନଗିରି , ୨/୭(ଏସଏସନିୟୁଜ) ଗାଁପାଖ ଜଙ୍ଗଲରେ ୨୫ବର୍ଷବୟସ୍କା ସାବିତ୍ରୀ ଖିଲନାମକ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ପରିବାରଲୋକ ଏହାକୁ ଆମ୍‌ହତ୍ୟା ବୋଲି କହୁଥିବାବେଳେ ଝିଅକୁ ମାରିଦିଆଯାଇଛି ବୋଲି ମୃତକଙ୍କ ବାପା ଚିତ୍ରକୋଣ୍ଡା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ।ଦିଶାରୀଗୁଡ଼ା ଗ୍ରାମର ସୁବାଷ ଖିଲଙ୍କ ୨୮ବର୍ଷିୟ ପୁଅ ରାଜୁ ଖିଲଙ୍କ ସହ ଚାରି ବର୍ଷ ତଳେ ମାଥିଲି ବ୍ଲକ ଅନ୍ତର୍ଭୁକ୍ତ ବାରିଆବାଲ ଗ୍ରାମର ରାମ ଚନ୍ଦ୍ର ବିଶୋଇ ଙ୍କ ୨୫ ବର୍ଷିୟା ଝିଅ ସାବିତ୍ରୀ ଖିଲ ଙ୍କର ବିବାହ ହୋଇଥିଲା ।ଗତକିଛିଦିନ ହେବ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହୁଥିଲା ।ଆଜି ଜଙ୍ଗଲକୁ ସ୍ଥାନୀୟ ଲୋକ ଯାଇଥିବା ବେଳେ ଗଛରେ ସାବିତ୍ରୀଙ୍କ ମୃତଦେହ ଝୁଲୁଥିବାର ଦେଖି ପରିବାରଲୋକଙ୍କୁ ଖବର ଦେଇଥିଲେ ।ତେବେ ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।

Leave A Reply

Your email address will not be published.