ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କପାଇଁ ପଞିକରଣ ବାଧ୍ୟତାମୁଳକ

0 261

ଭୁବନେଶ୍ୱର,୧୬/୩(ଏସଏସନିୟୁଜ) କରୋନା କବଳରୁ ରାଜ୍ୟବାସୀଙ୍କ ଜୀବନ ସୁରକ୍ଷିତ ରଖିବାପାଇଁ ରାଜ୍ୟସରକାର ସବୁପ୍ରକାର ଆଗୁଆ ପଦକ୍ଷପ ଗ୍ରହଣ କରୁଛନ୍ତି । ରାଜ୍ୟରେ ସିଓଭିଆଡି-୧୯ ସଂକ୍ରାମଣକୁ ରୋକିବାପାଇଁ ରାଜ୍ୟସରକାର ବିଭିର୍ଣ ପ୍ରତିଶେଧକମୁଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ତମାନ ପରିସ୍ଥିତିରେ ବିଦେଶରୁ ଓଡିଶାକୁ ଆସୁଥିବା ବ୍ୟକ୍ତିମାନେ ହିଁ ସଂକ୍ରାମଣର ପମୁଖ କାରଣ ଅଟନ୍ତି । କରୋନା ଭାଇରସରକୁ ରୋକିବା ପାଇଁ ସାରା ବିଶ୍ୱ ର ବିଭିର୍ଣ ଦେଶର ସ୍କୁଲକଲେଜ ବନ୍ଦ ହେବାସହ ଘରେ ରହି ଅଫିସକାର୍ଯ୍ୟ ସଂପାଦନ କରିବାପାଇଁ ପ୍ରଫେସନାଲମାନଙ୍କୁ ପରାମର୍ଶ ଦିଆଯାଇଛି ।ଯାହାଫଳରେ ବିଦେଶରୁ ଓଡିଶାକୁ ବହୁସଂଖ୍ୟାରେ ଲୋକ ଫେରିବାର ସମ୍ଭାବନା ଦେଖାଦେଇଛି ।ବିଦେଶରୁ ରାଜ୍ୟକୁ ଆସୁଥିବା ଯାତ୍ରୀମାନଙ୍କୁ ସଚେତନକରିବା ସହ ସଂକ୍ରାମଣ ମୁକ୍ତ କରିବାପାଇଁ କ୍ୱାରେଂଟଟାଇନରେ ରଖିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିର୍ଣ ସତର୍କତାମୁଳକ ପଦକ୍ଷପ ଗ୍ରହଣ କରିଛନ୍ତି । ପରିସ୍ଥିତିକୁ ଫଳପ୍ରଦଭାବରେ ତଦାରଖ କରିବାପାଇଁ ରାଜ୍ୟସରକାର ନିମ୍ନୋକ୍ତ ନୀୟମାବଳୀ ଲାଗୁକରିଛନ୍ତି ।
୧- ବିଦେଶରୁ ଓଡିଶାକୁ ଆସୁଥିବା ସମସ୍ତବ୍ୟକ୍ତି ମାନଙ୍କପାଇଁ ଟୁଲଫ୍ରିନଂ-୧୪ କିମ୍ବା ଅନଲାଇନ ଜରିଆରେ ସେମାନଙ୍କ ନାମକୁ ପଞିକରଣକୁ ବାଧ୍ୟତାମୁଳକ କରାଯାଇଛି ।
୨- ବିଦେଶରୁ ଓଡିଶାରେ ପହଁଚିବାର ୨୪ଘଂଟା ମଧ୍ୟରେ ଏହି ପଞିକରଣ କରାଯିବା ଆବଶ୍ୟକ ।ଏଥିରେ ସମ୍ପୃକ୍ତବ୍ୟକ୍ତିଙ୍କର ଟେଲିଫୋନମ୍ବର ଏବଂ ସମସ୍ତ ଆବଶ୍ୟକ ତଥ୍ୟ ରହିବା ନିତ୍ୟାନ୍ତଜରୁରୀ । ପହଁଚିବାର ୧୪ଦିନ ମଧ୍ୟରେ ସେମାନେ ନିଜ ଘରେ ସମ୍ପୁର୍ଣ ଅଲଗାରହିବା ଆବଶ୍ୟକ । ଓଡିଶାରେ ପହଂଚିବା ପୁର୍ବରୁ ଆଗୁଆ ପଞିକରଣ କୁ ସ୍ୱାଗତଯାଗ୍ୟ ପଦକ୍ଷପଭାବେ ରାଜ୍ୟସରକାର ଗ୍ରହଣ କରିବା ସହ ପରିସ୍ଥିତିକୁ ଭଲଭାବରେ ତଦାରଖ କରିବାରେ ସହାୟକ ହୋଇପାରିବ ବୋଲି କହିଛନ୍ତି ।
୩-ପଞିକରଣ ଓ ହୋମ କ୍ୱାରେଟଟାଇନ ପାଇଁ ସମ୍ପୃକ୍ତବ୍ୟକ୍ତିକୁ ୧୫ହଜାରେ ଟଙ୍କା ପ୍ରୋସାହନ ଦିଆଯିବ ।
୪-ହୋମ କ୍ୱାରେଟଟାଇନ ସମୟରେ ନିୟମିତଭାବରେ ସେମାନଙ୍କର ଅବସ୍ଥିତି ସମ୍ପର୍କରେ ଯାଂଚ କରାଯିବା ଓ ନିଦ୍ଧିଷ୍ଟ ସଂଖ୍ୟକ ଫୋନକଲ ମାଧ୍ୟମରେ ସେମାନଙ୍କ ଉପରେ ନଜର ରଖାଯାଇ ଅବଶ୍ୟକତାକୁ ଦେଖି ଡାକ୍ତରୀ ପରାମର୍ଶ ଦିଆଯିବ ।
୫-ମାର୍ଚ୍ଚ୪ତାରିଖ ଦିନ କିମ୍ବା ତାପରେ ରାଜ୍ୟରେ ପ୍ରବେଶ କରୁଥିବା ବ୍ୟକ୍ତିମାନଙ୍କୁ ପଞିକରଣ କରିବାପାଇଁ ଆସନ୍ତାକାଲି ସକାଳ ୬ଟାରୁ ମାର୍ଚ୍ଚ୧୯ସକାଳ ୬ଟା ପର୍ଯ୍ୟନ୍ତ ୪୮ଘଂଟାର ସମୟ ଦିଆଯାଇଛି ।
୬-ଆବଶ୍ୟକ କ୍ଷେତ୍ରରେ ସେମାନଙ୍କ  ବନ୍ଧୁ ଓ ଆତ୍ମ ୟ ମାନେ  ପଞ୍ଜିକରଣ କରିପାରିବେ ।

୭-ନିୟମ ଖିଲାପକାରୀ ବ୍ୟକ୍ତିଙ୍କୁ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଦଣ୍ଡିତ ମଧ୍ୟ କରାଯିବ ।
୮-ବିଦେଶରୁ ଆସୁଥିବା ଯାତ୍ରୀମାନେ ସିଓଭିଆଡି-୧୯ର ବାହକ ହେବାର ବହୁତ ଆଶଙ୍କା ଥିବାରୁ ଓଡିଶାବାସିଙ୍କୁ ଏହି ସଂକ୍ରାମଣରୁ ରକ୍ଷାକରିବାପାଇଁ ରାଜ୍ୟସରକାର ଏହିସବୁ ପଦକ୍ଷପ ଗ୍ରହଣ କରିଛନ୍ତି । ଏହି ନିୟମାବଳୀ ଏପ୍ରିଲ୧୫ତାରିଖ ପର୍ଯ୍ୟନ୍ତ ବଳବତର ରହିବା ସହ ଦରକାର ପଡିଲେ ଏହାର ସମୟସୀମାକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ।

Leave A Reply

Your email address will not be published.