ଜମିଲା ହରିରାଜପୁର ପଂଚୁଦୋଳ ମେଳଣ

0 307

ଡେଲାଙ୍ଗ୧୫/୩ (ଏସଏସନିୟୁଜ) ଓଡିଶା ପ୍ରସିଦ୍ଧ ହରିରାଜପୁର ପଂଚୁଦୋଳ ମେଳଣ ଶନିବାର ବିଳମ୍ବିତ ରାତ୍ରରୁ ଜମାଣ ହୋଇଛି । ଏହି ପ୍ରସିଦ୍ଧ ମେଳଣ ପଡିଆ ପିପିଲି -ଜଟଣୀ ରାସ୍ତାର ପିପିଲି ଠାରୁ ୧୦ କି.ମି., ଜଟଣୀ ଠାରୁ ୪ କି.ମି. ଓ ଭୁବନେଶ୍ୱର ଠାରୁ କପିଳପ୍ରସାଦ ରାସ୍ତାରେ ଜଟଣି ଅଭିମୁଖେ ୧୫ କି.ମି.ଦୂରରେ ଏହି ମେଳଣ ପଡିଆ ଦଣ୍ଡାୟମାନ । ଗଜପତି ନରସିଂହ ଦେବଙ୍କ ଶାସନ ସମୟରେ ୧୬୩୭ ଖ୍ରୀଷ୍ଟାବ୍ଦ ସମୟରୁ ଏହି ଐତିହାସିକ ମେଳଣ ଅନୁଷ୍ଠିତ ହୋଇ ଆସୁଥିବା ଲୋକଙ୍କମୁଖରୁ ଶୁଣିବାକୁପଡେ । ମେଳଣ ପଡିଆଟିର ପରିସୀମା ୮୦ ଏକର । ମନ୍ଦିରରେ ସମସ୍ତ ଦେବନୀତି ସମାପନ ପରେ ଆରଧ୍ୟ ଦେବତା ଶ୍ରୀ ପଶ୍ଚିମାସମ୍ଭୁ ସୋମନାଥ ଦେବ ସୁସଜ୍ଜିତ ବିମାନରେ ମେଳଣ ଅଭିମୁଖେ ବାହାରିଥିଲେ । ପ୍ରଭୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ମେଳଣ ପଡିଆକୁ ବିଜେ କରିବାର ଦୃଶ୍ୟ ଅତି ମନମିଗ୍ଧ କାରଥିଲା । ସୁନ୍ଦର ଆଲୋକସଜ୍ଜା ,ଚିତାକର୍ଷକ,ଆତସବାଜୀ ପଦର୍ଶନ,ଭଜନ ,କିର୍ତନ,ଘଂଟଘଂଟିଣ୍ଟ ,ତୁରୀ,ଶଙ୍ଗନାଦ,ସଖିନୃତ୍ୟ ,ପ୍ରଭୃତି ଶୋଭାଯାତ୍ରାରେ ଏହି ମଳଣରେ ଦେଖିବାକୁ ମିଳିଥିଲା । ସ୍ଥାନାଧିପତି ପ୍ରଭୁ ଶ୍ରୀ ପଶ୍ଚିମାଶମ୍ଭୁ ସେମାନାଥ ଦେବ, ପ୍ରଭୁ ଗୋପାଳଜୀଉ ଓ ବାଳମୁକୁନ୍ଦଦେବଙ୍କ ସହ ମିଶି ଏକ ସୁସଜ୍ଜିତ ବିମାନରେ ମନ୍ଦିରର ପଶ୍ଚିମ ଦ୍ୱାରରୁ ବାହାରି ଏକ ବିରାଟ ପଟୁଆରରେ ମେଳଣ ପଡିଆକୁ ଯାତ୍ରା କରିଥିଲେ । ସେହିପରି ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଦେବ ବିଗ୍ରହ ବୁଢାପଡ଼ାର ସୋମନାଥଦେବ, କୁସୁମାଟି ଛଣଘରର ଗତିଶ୍ୱରଦେବ, କନ୍ତିଆ ଗ୍ରାମର ବାଲୁଙ୍କେଶ୍ୱରଦେବ ଓ ଟାଙ୍ଗିଭଁସର ଗ୍ରାମର ନୀଳକଣ୍ଠେଶ୍ୱର ଦେବ ଏହି ମେଳଣରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ଗ୍ରାମ ମାନଙ୍କରୁ ପ୍ରାୟ ୭୬ରୁ ଉର୍ଦ୍ଧ୍ୱ ଦୋଳ ବିମାନଏହି ମେଳଣରେ ଯୋଗଦେଇଥିଲେ । ମେଳଣର ମୁଖ୍ୟ ଆର୍କଷଣ ହୋଉଛି ଗୋପାଳଜୀଉ ଓ ବାଳମୁକୁନ୍ଦଦେବ, ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ସୁସଜ୍ଜିତ ବିମାନ ସହିତ ସଲଟନ ଓ ଆତାସବାଜି ପ୍ରଦର୍ଶନ । ମେଳଣ ପଡିଆ ଭିତରେ ବିଭିନ୍ନ ସଂଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଅନୁଷ୍ଠିତ ହୋଇଥିଲା । ରଙ୍ଗବେରଙ୍ଗର ଆଲେକମାଳା ଓ ଚିତାକର୍ଷକ ଆତାସବାଜି ପ୍ରଦର୍ଶନରେ ମେଳଣ ପଡିଆ ଝଲସି ଉଠିଥିଲା । ପାରମ୍ପରିକ ଘୋଡାନାଚ, ନାଗାନୃତ୍ୟ, ଭଜନକୀର୍ତନ, ବାଦ୍ୟବିଚିତ୍ରା, ଘଂଟଘଂଟି, ତୁରୀ ଓ ଶଙ୍ଖ, ହରିବୋଲ ହୁଳହୁଳି ଧ୍ୱନିରେ ମେଳଣ ପଡିଆରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ପଡିଆରେ ଏବର୍ଷ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ଉଠାଦୋକାନର ପସରା ଖୋଲିଥିଲା । ଡେଲାଙ୍ଗ ମିଶନଶକ୍ତି ମହିଳା ମହାସଂଘ ପକ୍ଷରୁ ସଂପାଦିକା ବାସନ୍ତୀ ସାହୁଙ୍କ ନେତୃତ୍ୱରେ ଖୋଲିଥିବା ଖାଦ୍ୟ ଷ୍ଟଲ ସହିତ ଘର ଉପକରଣ ସମାଗ୍ରୀ, ଚାନ୍ଦୁଆ, ବଡ଼ି, ପାମ୍ପଡ଼, ଧୂପକାଠି ପ୍ରଭୃତି ଷ୍ଟଲ ଖୋଲିଥିଲା ।ଏହି ପଲ୍ଲିଶ୍ରୀ ମେଳାକୁ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ,ଜିଲ୍ଲାପରିଷଦ ସଭ୍ୟ ମଳୟ ମହାନ୍ତି ଶୁଭଉଦଘାଟନ କରିଥିଲେ । ମେଳଣରେ ଲକ୍ଷାଧିକ ଲୋକଙ୍କ ସୁବିଧା ନିମନ୍ତେ ଅଗ୍ନିଶମ ସେବା, ପାନୀୟ ଜଳଯୋଗାଣ ବ୍ୟବସ୍ଥା, ସୂଚନା କେନ୍ଦ୍ର ଓ ଅସ୍ଥାୟୀ ସ୍ୱାସ୍ଥ୍ୟସେବା ସହିତ ଜରୁରୀକାଳୀନ ପାଇଁ ଆମ୍ବୁଲାନ୍ସର ସୁବିଧା କରାଯାଇଥିଲା । ମେଳଣରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କେତକ ଯୁବକ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିବାବେଳେ ଅସମାଜିକ ଯୁବକ ମାନଙ୍କ ପ୍ରତି ନଜର ରଖିବା ସହ ଅସୁବିଧା କିମ୍ବା ହଜିଯାଉଥିବା ବ୍ୟକ୍ତି ମାନଙ୍କୁ ଉଦ୍ଧାର କରିବା ପାଇଁ କମିଟି ସଂପୁର୍ଣ୍ଣ ଭାବରେ ପ୍ରଶାସନକୁ ସହଯୋଗ କରିବାକୁ ନିଷ୍ପତି ନେଇଥିଲେ । ମେଳଣରେ ବିଭିନ୍ନ ଜିଲାରୁ ପ୍ରାୟ ୫ରୁ ୭ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିବା ବେଳେ ପୁରୀ ଏସପିଙ୍କ ନିର୍ଦ୍ଦେଶରେ ପିପିଲି ଏସଡିପିଓ ଦେବଦତତ୍ତ ବରାଳ, ଡେଲାଙ୍ଗ ଥାନା ଆଇଆଇସି ରଶ୍ମୀରଞ୍ଜନ ପଟ୍ଟନାୟକଙ୍କ ସହିତ ୧୨ପୁଲିସ ଅଧିକାରୀ ଓ ୮ପ୍ଳାଟୁନ ପୋଲିସ ଫୋର୍ସ ୩୧ ଜଣ ହେମଗାର୍ଡ,୨ହାବିଲଦାର ସହିତ ୧୮ ଜଣରୁ ଉର୍ଦ୍ଧ୍ୱ କନେଷ୍ଟବଳ ମୁତୟନ କରାଯାଇଥିଲା ସେହିପରି ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆ ମାଜିଷ୍ଟେଟ ଦାୟିତ୍ୱରେ ରହିଥିଲେ । ମେଳଣ ପରିଚାଳନା ପରିଷଦ, ଉତ୍କଳ ଗୌରବ ଯୁବ ସଂଗଠନ, ପଶ୍ଚିମାଶମ୍ଭୁ ଯୁବ ସଂଗଠନ, ସୋମନାଥ ଦେବ ୟୁଥକ୍ଳବ, ପଶ୍ଚିମାଶମ୍ଭୁ ପଂଚୁଦୋଳ କ୍ଳବ, ସୋମନାଥ ଦେବ ଦୋଳ ନିର୍ମାଣ ଓ କୁଞ୍ଜ ନିର୍ମାଣ ସମିତି, ଗଜପତି ବାସନ୍ତୀ କ୍ଳବ ଓ ହରିରାଜପୁର ଗ୍ରାମବାସୀଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି ଭିଡକୁ ଲକ୍ଷକରି ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ସଚେତନତା ସମ୍ପର୍କରେ ପ୍ରଚାର କରାଯାଇଥିବାର ଦେଖିବାକୁ ମିଳିଥିଲା । ମେଳଣ ପଡିଆରେ ଚକ୍ରୀ,ଘଡି,ଗଛବାଣ,ରକେଟବାଣ,ଚେଙ୍ଗବାଣ,ଆକାଶ ଦିପ ସହିତ ଅନେକ ପ୍ରକାରର ବାଣ ପଦର୍ଶନ ଦେଖିବାକୁ ମିଳିଥିଲା ।

ମେଳଣରେ ଆତାସବାଜି ପଦର୍ଶନ ସମୟରେ ଅଘଟଣ –
ଓଡିଶା ପ୍ରସିଦ୍ଧ ହରିରାଜପୁର ପଂଚୁଦୋଳ ମେଳଣ ଶନିବାର ବିଳମ୍ବିତ ରାତ୍ରରୁ ଜମାଣ ହୋଇଛି ।ଏହି ଅବସରରେ ବାଣ ପଦର୍ଶନ ସମୟରେ ଏହ ଅଘଟଣ ଦେଖିବାକୁ ମିଳିଛି ।ମେଳଣ ପଡିଆରେ ଶିବଙ୍କ ପର୍ତିମୁର୍ତୀତ୍ତମେଢ ଅତିସୁନ୍ଦର ଭାବରେ ଦଣ୍ଡାୟମାନ ହୋଇଥିବା ବେଳେ ବାଣପଦର୍ଶନ ସମୟରେ ନିଆଁ ଝୁଲ ପଡି ଏହି ମେଢ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା । ଏହି ଘଟଣା ସ୍ଥାନୀୟ ଅଂଚଳରେ ଭକ୍ତ ଓ ଜନସାଧରଣ ମନରେ ଶକ୍ତ ଧକ୍କା ଦେଇଥିବାର ଦେଖିବାକୁ ମିଳିଥିଲା ।
ହରିରାଜ ପୁର ମେଳଣ ପଡିଆରେ ୧୪୪ଜାରି –
ଓଡିଆ ପ୍ରସିଦ୍ଧ ହରିରଜପୁର ମେଳନ ଦେଖିବା ପାଇଁ ଓଡିଆର ବିଭିନ୍ନ କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଯୋଗ ଦେଇଥିଲେ । ଲକ୍ଷାଧିକ ଲୋକମାନଙ୍କର ଭିଡ ଦେଖି ଡେଲାଙ୍ଗ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଅନୁକୂଲ୍ୟରେ କରୋନା ସଚେତନତା ଦିଗରେ ପ୍ରଚାର କରାଯାଇଥିଲା । ହେଲେ ଏହି ପ୍ରଚାର ପରେ ମଧ୍ୟ ଲୋକମାନଙ୍କର ଭିଡ ଜମିରହିଥିଲା । ଜନସାଧାରଣ ମାନେ କରୋନା ଠାରୁ ଦୂରେଇ ରହିବା ଓ ସାଧାରଣ ଲୋକଙ୍କ ସୁବିଧା ପାଇଁ ଜିୁଲ୍ଲା ପ୍ରଶାସନ ଆଜି ୧୪୪ ଧାରା ଜାରିକରିଥିଲା ।ଘଟଣା ସ୍ଥଳରେ ଡେଲାଙ୍ଗ ଆଇଆଇସି ରଶ୍ମୀରଞ୍ଜନ ପଟ୍ଟନାୟକ,ତହସିଦାର ରାଜେନ୍ଦ୍ର କୁମାର ଅଚାରିଆ ,ହରିରାଜ ପୁର ଫାଣ୍ଡି ଅଧିକାରୀ ଯୁଗଳ କିଶୋର ଜେନା ପ୍ରମୁଖ ଉପସ୍ଥିତ ରହି ଏକ ଗାଡିରେ କରୋନା ସମ୍ପର୍କିତ ପ୍ରଚାର କିରିବା ସହିତ ସେଠାରେ ୨ ହଜାର ଉଠା ଦୋକାନୀଙ୍କୁ ମେଳଣ ପଡିଆ ଛାଡି ଘରକୁ ଫେରିଯିବା ପାଇଁ ନିବେଦନ କରିଥିଲା ।

Leave A Reply

Your email address will not be published.