ବିଜେଡିର ପଂଚାୟତ ସଭାପତି ନିର୍ବାଚନ,ମହେନ୍ଦ୍ର ହେଲେଭୁବନେଶ୍ୱରବ୍ଲକ ସଭାପତି

0 267

ମେଣ୍ଢାଶାଳ,୧୫/୩(ଏସଏସନିୟୁଜ) ପଂଚାୟତସ୍ତରରେ ବିଜେଡି ତାର ସଙ୍ଗଠନକୁ ସୁଦୃଢ କରିବ । ଏଥିପାଇଁ ଭୁବନେଶ୍ୱରବ୍ଲକ୍ ସ୍ତରିୟ ବିଜୁଜନତାଦଳର କର୍ମକର୍ତା ନିର୍ବାଚନ ଶେଷ ହୋଇଛି । ଜିଲ୍ଲାସଭାପତି ବିଭୁତିଭୁଷଣ ବଳବନ୍ତରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ନିର୍ବାଚନରେ ଭୁବନେଶ୍ୱରବ୍ଲକ ସଭାପତିଭାବେ ନଁପୁଟ ଗ୍ରାମ ପଂଚାୟତର ମହେନ୍ଦ୍ରକୁମାର ଜଗଦେବ(ଗଉରା) ନିର୍ବାଚିତ ହୋଇଛନ୍ତି । ଜଟଣୀ ଓ ଭୁବନେଶ୍ୱରଉତର ନିର୍ବାଚନ ମଣ୍ଡଳି ଅର୍ନ୍ତଗତ ୧୪ଗୋଟି ପଂଚାୟତରେ ସର୍ବସମ୍ମତିକ୍ରମେ ପଂଚାୟତସଭାପତି ନିର୍ବାଚନ ଏହି ଅବସରରେ ସରିଛିି । ଏଥିରେ ନଁପୁଟ ପାଇଁ ନିରଞନଜେନା ,ଦାରୁଠେଙ୍ଗପାଇଁ ପିତବାସପ୍ରଧାନ, କଳାରହାଙ୍ଗପାଇଁ ଚଗଲି ମହାଭୋଇ ,ମେଣ୍ଢାଶାଳ ପାଇଁ ବିଜୟ କୁମରାପ୍ରଧାନ,ଅନ୍ଧାରୁଆ ପାଇଁ ବିକ୍ରମ ପରିଡା,ଚନ୍ଦକା ପାଇଁ ଖିରୋଦ ପରିଡା, ବରିମୁଣ୍ଡ ପାଇଁ ସଞୟସାମଲ, ତମାଣ୍ଡୋ ପାଇଁ ସ୍ମୃତିରଞନ ପଟ୍ଟନାୟକ,କଂଟାବାଡ ପାଇଁ ବିଦ୍ୟାଧର ବେହେରା, କଲ୍ୟାଣପୁର ପାଇଁ ରାଜେନ୍ଦ୍ର ସ୍ୱାଇଁ,ଦାଢାପାଇଁ ରୋହିତରାଉତ, ରଣସିଂହପୁରପାଇଁ ଚିତରଞନ ରାଉତରାୟ, ରଘୁନାଥପୁର ପାଇଁ ନବଘନ ପାତ୍ର ,ମଳିପଡା ପାଇଁ ବବ୍ରୁବାହନ ମଙ୍ଗରାଜ ନିର୍ବାଚିତ ହୋଇଛନ୍ତି । ଖୋର୍ଦ୍ଧାଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ନିର୍ବାଚନରେ ଦଳୀୟ ନିର୍ବାଚନଅଧିକାରୀ ରଶ୍ମିରଞନ ବ୍ରହ୍ମା,ବ୍ଲକ୍ ନିର୍ବାଚନ ଅଧିକାରୀ ଭାବେ ପ୍ରଶାନ୍ତକୁମାରପାତ୍ର ଉପସ୍ତିତ ରହି ନିର୍ବାଚନକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.