ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ ବଜେଟ

0 253

ଭୁବନେଶ୍ୱର,୧୭/୨(ଏସଏସନିୟୁଜ) ଆଜି ବିଧାନସଭାରେ ଉପସ୍ଥାପିତ ହୋଇଯାଇଛି ସମ୍ପୁର୍ଣ ଇ-ବଜେଟ । ଅର୍ଥମନ୍ତ୍ରୀ ନିରଞନପୁଜାରୀ ଏହାକୁ ଉପସ୍ଥାପିତ କରିଛନ୍ତି । ଅର୍ଥମନ୍ତ୍ରୀ ତାଙ୍କର ବଜେଟଭାଷଣରେ ରାଜ୍ୟବଜେଟର ବ୍ୟୟ ଅଟକଳ ୧ଲକ୍ଷ୫୦ହଜାରେ କୋଟି ଟଙ୍କ। ରହିଚି ବୋଲି କହିଛନ୍ତି । ପ୍ରଶାସନିକ ବ୍ୟୟ ପାଇଁ ୬୮ହଜାରେ ୬୫୫କୋଟି,କାର୍ଯ୍ୟକ୍ରମ ବ୍ୟୟପାଇଁ ୭୪ହଜାରେକୋଟି ,ବିପର୍ଯ୍ୟୟ ପ୍ରଶମନ ପାଇଁ ୩ହଜାରେ୨ଶହକୋଟି, ନିକାୟସଂସ୍ଥା ଓ ଉନ୍ନୟନସଂସ୍ଥା ପାଇଁ ୭ହଜାରେ୧୪୫କୋଟି,କୃଷିପାଇଁ ୧୯.୪୦୮କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।ସେହିଭଳିଭାବେ ପୁରୀର ବିକାଶପାଇଁ ୩୨୦୫ କୋଟି,ଏକାମ୍ରକ୍ଷେତ୍ରବିକାଶପାଇଁ ୧୫୦କୋଟି, ସ୍ୱାସ୍ଥ୍ୟସେବାପାଇଁ ୫ବର୍ଷରେ ବଜେଟ୭୭୦୦କୋଟିକୁ ବୃଦ୍ଧି, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାପାଇଁ ୧୧୦୮ କୋଟି,ସ୍ୱାସ୍ଥ୍ୟଭିତିଭୁମି ଓ ଆମ୍ବୁଲାନ୍ସ ପାଇଁ ୧୬୫୨କୋଟି,କଟକଏସିବିପାଇଁ ୨ବର୍ଷରେ ୧ ହଜାରେ କୋଟି,ଆଉ ୭ଟିମେଡିକାଲ ପ୍ରତିଷ୍ଠାପାଇଁ ଯୋଜନା ରହିଛି । ମୋସ୍କୁଲ ଓ କଲେଜପାଇଁ ୪୦ ଓ୨୦କୋଟି,ଶିକ୍ଷା ଓ ଦକ୍ଷତାବିକାଶ ପାଇଁ ୨୨.୬୩୧କୋଟି,ମହିଳା ଓ ଶିଶୁ ବିକାଶପାଇଁ ୪୦୭୫କୋଟି, ମମତା ଯୋଜନା ପାଇଁ ୩୦୫ କୋଟି,ମିଶନ ଶକ୍ତିପାଇଁ ୧୫୦କୋଟି,ଜାତୀୟଜିବୀକାମିସନ ପାଇଁ ୮୫୨କୋଟି,ଏସିଏସଟିର ବିକାଶପାଇଁ ୨୩.୮୦୮ କୋଟି. ମଧୁବାବୁ ପେନସନ ପାଇଁ ୧୮୧୮କୋଟି, ଖାଦ୍ୟନିରାପତା ସୁନିଶ୍ଚିତ ପାଇଁ ୧୦୩୮କୋଟି, ସ୍ମାର୍ଟ ସିଟିବିକାଶ ପାଇଁ ୨୦୦ କୋଟି,ନୁତନସହରବିକାଶପାଇଁ ୫୦କୋଟି, ଗୃହନିର୍ମାଣ ଓ ନଗରଉନ୍ନୟନ ପାଇଁ ୬୧୮୦କୋଟି, ପାଇପପାଣି ଜଳ ଯୋଗାଣ ପାଇଁ ୮ହଜାରେ କୋଟି,ପ୍ରଧାନମନ୍ତ୍ରୀ ଆବାସଯୋଜନା ଓ ବିଜୁପକ୍କାଘର ପାଇଁ ୩୯୬୨କୋଟିର ବ୍ୟୟବରାଦ ହୋଇଛି ।ବିପର୍ଯ୍ୟୟପରିଚାଳନାପାଇଁ ୩୨୦୦କୋଟି,ରେଳଭିତିଭୁମି ପାଇଁ ୪୦୦କୋଟି ଏୟାରଷ୍ଟ୍ରିପ ପାଇଁ ୧୦୦କୋଟି, ଓଡିଆଭାଷା ଓ ସଂସ୍କୃତିପାଇଁ ୧୬୨କୋଟି ,ଖଣିକ୍ଷେତ୍ରପାଇଁ ୧୮୨କୋଟି,ପିଡିତାଙ୍କ କ୍ଷତିପୁରଣପାଇଁ ୨୫କୋଟି, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୪୦୧କୋଟି,କ୍ରିଡାଯୁବସେବାପାଇଁ ୩୦୧କୋଟି, ଗ୍ରିନ ମହାନଦୀମିଶନପାଇଁ ୩୧କୋଟି,ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପାଇଁ ୧୦୦ କୋଟି,ଆଭ୍ୟନ୍ତରିଣ ନିରାପତାପାଇଁ ୫୯୭୪କୋଟି ,୨୦୨୦ ମେକଇନ ଓଡିଶା ପାଇଁ ୭୦ କୋଟି, ଓଏସଆର ଟିସିରେ ନୁଆବସ କିଣିବାପାଇଁ ୫୦ କୋଟି, ବସଷ୍ଟାଣ୍ଡର ପୁନ ଉଦ୍ଦାର ପାଇଁ ୭୭କୋଟି,ବିଜୁସେତୁ ଯୋଜନାପାଇଁ ୧୦୦୦ କୋଟି,ପିଏମଜିସିଓାଇ ସଡକ ରକ୍ଷଣାବେକ୍ଷଣାପାଇଁ ୩୦୩କୋଟି ,ରାଜ୍ୟ ରାଜପଥ ପାଇଁ ୧୦୦ କୋଟି,କେନ୍ଦ୍ରସଡକପାଣ୍ଠିପାଇଁ ୪୩୧ କୋଟି,ସଡକରକ୍ଷାଣାବେକ୍ଷଣ ପାଇଁ ୭୮୫କୋଟି,  ଦିବ୍ୟାଙ୍ଗ ସଶକ୍ତିକରଣ ପାଇଁ ୮୧କୋଟି,ବୃଦ୍ଧାଶ୍ରମପାଇଁ ୧୮୯ କୋଟି, ପଶ୍ଚିମଓଡିଶା ବିକାଶ ପରିଷଦ ପାଇଁ ୮୦କୋଟି ଟଙ୍କରା ବ୍ୟୟବରାଦ ହୋଇଛି ।

Leave A Reply

Your email address will not be published.