ରାଜଧାନୀରେ ଛତିଶଗଡ ପୋଲିସ

0 511

ଭୁବନେଶ୍ୱର,୧୭/୨(ଏସଏସନିୟୁଜ)ଛତିଶଗଡରାୟଗଡର ଦୁଇଜଣିଆ ପୋଲିସ ଦଳ ଭୁବନେଶ୍ୱର ଆସି ମଙ୍ଗଳବାରଦିନ ଛାନଭିନ ଆରମ୍ଭ କରିଛନ୍ତି । କଳ୍ପନା ଓ ତାଙ୍କ ନାବାଳିକା ଝିଅ ବବଲିର ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଆସିଥିବା ଏହି ଟିମ କମିସିନେରେଟ ପୋଲିସର ସହାୟତାରେ ବିମାନବନ୍ଦରକୁ ଯାଇ ଅନୁପସାଏ ଓ କଳ୍ପନାଦାସଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଛି । ବହୁଚର୍ଚ୍ଚିତ କଳ୍ପନାଦାସ ଓ ତାଙ୍କ ଝିଅଙ୍କ ହତ୍ୟା ଘଟଣାରେ ରୁପେଶଶର୍ମାଙ୍କ ନେତୃତ୍ୱରେ ଦୁଇଜଣିଆ ଟିମ୍ ଅନୁପସାଏଙ୍କ ଘର ସୁନ୍ଦରପଦାରେ କୁ ଯାଇ ଉକ୍ତ ଘରକୁ ସାଏ ବିକ୍ରି କରିଦେଇଥିବାର ଜାଣିବାକୁ ପାଇଛନ୍ତି । ତେବେ ହତ୍ୟାରେ ବ୍ୟବହୃତ ହୋଇଥିବା ଇନୋଭା ଓ ବୋଲେରୋ ଗାଡିକୁ ପୋଲିସ ଖୋଜୁଥିବାର ଜଣାପଡିଛି ।

Leave A Reply

Your email address will not be published.