ବିଧାୟକଙ୍କ ପ୍ରତିଶୃତି ପରେ ଧାରଣାରୁ ଉଠିଲେ ବନ୍ୟା ବିପନ୍ନ

0 288

ଡେଲାଙ୍ଗ,୫/୯(ଏସଏସନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଇଁପୁର ପଂଚାୟତର ବନ୍ୟା ପ୍ରପିଡିତ ମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେବାରେ ଟାଳଟୁଳ ଏବଂ ପାତରଅନ୍ତର ନିତିକୁ ବିରୋଧ କରି ସ୍ଥାନୀୟ ସରପଂଚ ପ୍ରଦ୍ୟୁମ୍ନ ପରିଡାଙ୍କ ନେତୃତ୍ୱରେ ୱାର୍ଡସଭ୍ୟ ଓ ସଭ୍ୟା ମାନଙ୍କ ସମେତ ଶତାଧିକ ବନ୍ୟା ପ୍ରପିଡିତ ପରିବାର ଚାଇଁପୁର ପଂଚାୟତ ଓ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସର ସମ୍ମୁଖରେ ଧାରଣା ଦେଇଥିଲେ । ଦୟାନଦୀ କଣ୍ଟିକାଜରୁ ବନ୍ୟାଜଳ ପ୍ରବାହିତ ହୋବା ଦ୍ୱାରା ସର୍ବପ୍ରଥମେ ଚାଇଁପୁର ପଂଚାୟତର ଦେଇ ବନ୍ୟାଜଳ ନିସ୍କାସିତ ହୋଇଥାଏ । ଯାହାଦ୍ୱାରା ସମ୍ପୂର୍ଣ୍ଣ ପଂଚାୟତକୁ ଏହି ବନ୍ୟାଜଳରେ କ୍ଷତିଗ୍ରସ୍ତ ହେବା ସହିତ ବନ୍ୟାଜଳରେ ପଂଚାୟତର ସମସ୍ତ ଗ୍ରାମ ପ୍ରଭାବିତ ହୋଇଥାଏ । ଫଳରେ ପଂଚାୟତର ସମସ୍ତ ପରିବାର ରିଲିଫ ପାଇବା ପାଇଁ ହକଦାର ବୋଲି ସ୍ଥାନୀୟ ସରପଂଚ ପୁରୀ ଜିଲ୍ଲାପାଳ,ତହସିଲଦାର,ବିଡିଓ ଓ ବିଧାୟକ ନିଲଟରେ ଦାବୀ କରିଥିଲେ ।ହେଲେ ତରବରିଆ ଭାବରେ ପ୍ରଥମେ ୩୨ କୁଇଣ୍ଟାଲ ୫୫ କେଜି ଚାଉଳ ମଞ୍ଜୁର କରି ପରେ କାଟଛାଟ ନ୍ୟାୟରେ ଏହାକୁ ୧୪ କୁଇଣ୍ଟାଲ ୪୯ କେଜି କାରାଯାଇଥିବାରୁ ଅଧିକାଂଶ ବନ୍ୟା ବିପନ୍ନ ରିଲିଫ ପାଇବାରୁ ବଂଚିତ ହେବାଦ୍ୱରା ପଂଚାୟତରେ ଜନ ଅସନ୍ତୋଷ ବୃଦ୍ଧିପାଇଥିବା ସ୍ଥାନୀୟ ସରପଂଚ ଶ୍ରୀ ପରିଡା କହିଛନ୍ତି । ଏହା ସହିତ ପଂଚାୟତର ପ୍ରାୟତଃ ଶହଶହ ହେକ୍ଟର ଧାନ ଜମି ନଷ୍ଟ ହୋଇଯାଇଥିବା ବେଳେ ୧୨ ଶହରୁ ଉର୍ଦ୍ଧ୍ୱ ପରିବାର ପାଣି ଘେରରେ ରହିଥିଲେ ।ପଂଚାୟତର ଚାଇଁପୁର,ସଡାଙ୍ଗୋଇ ପଶ୍ଚିମବାଡ,ଉତ୍ତରବାଡ,ଦଖିଣବାଡ,ଦନାପଡା ଓ ଗୁଆବାଟି ପ୍ରଭୃତି ୬ ଟି ରେଭିନ୍ୟୁ ମଉଜା ,ଏଥି ମଧ୍ୟରୁ କେବଳ ଉତ୍ତରବାଡଅମୁଣିହା ସାହି,ମେଳନପଡିଆସାହି,ପଶ୍ଚିମବାଡ ଦଳିତସାହି,ଚାଇଁପୁର ଚଣ୍ଡିସାହି,ଓ ପଥରଡିହକୁ ରିଲିଫ ବ୍ୟବସ୍ଥା ହୋଇଥିବା ବେଳେ ଅନ୍ୟ ସମସ୍ତ ଗ୍ରାମ ଗୁଡିକୁ ବାଦ ଦିଆଯାଇଛି ।ଘଟଣା ସ୍ଥଳରେ ସ୍ଥାନୀୟ ବିଧାୟକ ପ୍ରଦିପ ମହାରଥି ପହଂଚି ଏହି ସମସ୍ୟା ସମ୍ପର୍କରେ ଧାରଣା ଦେଇଥିବା ବନ୍ୟା ବିପନ୍ନ ମାନଙ୍କ ଆଲୋଚନା କରି ଖୁବଶିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବାରୁ ଧାରଣାରତ ବନ୍ୟା ବିପନ୍ନ ମାନେ ଆନ୍ଦୋଳନରୁ ହଟିଥିଲେ ।

Leave A Reply

Your email address will not be published.