ନଭେମ୍ବର ୨୯ ପୂର୍ବରୁ ତିର୍ତ୍ତୋଲ, ବାଲେଶ୍ବର ଉପନିର୍ବାଚନ

0 282
ସଂକ୍ଷେପରେ ଆଜି ସକାଳର ଖବର,ତାରିଖ ୦୫/୦୯/୨୦ ଶନିବାର ।
୧-ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ବିଭାଗ ପରୀକ୍ଷାଫଳ, ଅପରାହ୍ନ ୪ ଘଟିକାରେ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରାଯିବା ପରେ ପରୀକ୍ଷାର୍ଥୀ ୱେବସାଇଟ୍ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରି‌ବେ ।
୨-୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୩ ଇ-ନାମଲେଖା ଆବେଦନ; ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।
୩-ଗୋପାଳପୁରରେ ପ୍ରତିଷ୍ଠା ହେବ ବୃହତ୍‍ ଔଷଧ ପାର୍କ: ଭିତ୍ତିଭୂମିକ ବିକାଶ ପାଇଁ ଖର୍ଚ୍ଚ କରାଯିବ ୧୫୦୦କୋଟି, ନିଯୁକ୍ତି ପାଇବେ ୫୦୦୦।
୪-ସୀମାରେ ବିସ୍ଫୋରକ ସ୍ଥିତି : ଲଦାଖରେ ପୁଣି ଭାରତ-ଚୀନ୍ ମୁହାଁମୁହିଁ
୫-ଗିରଫ ବାରିପଦା ବିଧାୟକଙ୍କୁ ମିଳିଲା ଜାମିନ, ଯନ୍ତ୍ରୀଙ୍କୁ ଡକାଇ ମାଡ ମାରିଥିଲେ।
୬-ଲଦ୍ଦାଖର ଏଲଏସିର ଆଗୁଆ ଘାଟିରେ ସ୍ଥିତି ଅନୁଧ୍ୟାନ କଲେ ସ୍ଥଳସେନାମୁଖ୍ୟ : କହିଲେ ସୀମାରେ ସ୍ଥିତି ଉତେଜନାପୂର୍ଣ୍ଣ, ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ; ସେପଟେ ଚୁସୁଲର ଅପରପାଶ୍ୱର୍ରେ ଯୁଦ୍ଧାସ୍ତ୍ର ଓ ସେନା ସଂଖ୍ୟା ବଢାଉଛି ଚୀନ।
୭-କଟକ, କୋରାପୁଟ ଓ ଖୋର୍ଦ୍ଧାରେ କରୋନା ସ୍ଥିତି ଭୟାନକ : ଅତିରିକ୍ତ କୋଭିଡ଼ ହସ୍ପିଟାଲ ଲାଗି ଜିଲାପାଳଙ୍କୁ ଏସିଏସ୍‍ଙ୍କ ନିର୍ଦେଶ।
୮-ରାଜ୍ୟର ୩ ଜିଲ୍ଲାରେ ୬ ନୂଆ କୋଭିଡ୍ ହସ୍ପିଟାଲ।
୯-ନଭେମ୍ବର ୨୯ ପୂର୍ବରୁ ତିର୍ତ୍ତୋଲ, ବାଲେଶ୍ବର ଉପନିର୍ବାଚନ।
୧୦-ରେଲୱେ ବୋର୍ଡର ପ୍ରଥମ ସିଇଓ ଭାବେ ନିଯୁକ୍ତ ହେଲେ ବିନୋଦ କୁମାର ଯାଦବ।
୧୧-ଭାରତ-ଋଷ ମଧ୍ୟରେ AK-47 203 ରାଇଫଲ୍‌ର ଫାଇନାଲ୍ ଡିଲ୍ : ଗୋଟିଏ ମିନିଟରେ ୬୦୦ ଗୁଳି।
୧୨-ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ଆସିବନି କରୋନା ଟିକା: WHO
୧୩-ଚୀନର ଚଟଈଏ କୁ ଟକ୍କର ଦେବ ଅକ୍ଷୟ କୁମାରଙ୍କ FAU-G। ।
୧୪-ତାମିଲନାଡୁ କୁଡ୍ଡାଲୋରେ ଜିଲାର କଟ୍ଟୁମାନାରକୋଲିଠାରେ ଥିବା ଏକ ବାଣ ତିଆରି କାରଖାନାରେ ଶୁକ୍ରବାର ସକାଳେ ଏକ ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
୧୫-ନିଟ୍‌-ଜେଇଇ ୨୦୨୦: ପରୀକ୍ଷା ସ୍ଥଗିତ ରଖିବାକୁ ୭ ରାଜ୍ୟର ମନ୍ତ୍ରୀଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ।
୧୬-କ୍ଷୁଦ୍ର ଚାଷୀ ଓ ଷ୍ଟାର୍ଟଅପ ଲାଗି ନିୟମ ବଦଳାଇଲେ RBI, ଆଶାଠୁ ଅଧିକ ମିଳିବ ଋଣ।
୧୭-ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ପଛର ଡ୍ରଗ୍ସ କାରବାରର ତଦନ୍ତ କରୁଥିବା ନାର୍କୋଟିକ୍ସ କ​‌​‌ଣ୍ଟ୍ରାଲ ବ୍ୟୁରୋ (ଏନସିବି) ଶୁକ୍ରବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି।
୧୮-ଆଇପିଏଲ୍‌ରେ ଭାରତୀୟ ଭେଟେରାନ୍ ସ୍ପିନର ହରଭଜନ ସିଂଙ୍କ ଯାଦୁକରୀ ବୋଲିଂ ଦର୍ଶକ ଦେଖିବାକୁ ପାଇବେ ନାହିଁ ।
Leave A Reply

Your email address will not be published.