ବିଧାୟକଙ୍କୁ ଭବ୍ୟସମ୍ବର୍ଦ୍ଧିନା ଦେଲେ ବଣିକସଂଘ

0 279

ବାରଙ୍ଗ,୧୧/୧୦ (ଏସଏସ ନିଉଜ) ନନ୍ଦନକାନନ ବସଷ୍ଟାଣ୍ଡର ଲକ୍ଷ୍ମୀଦେବୀବଣିକ ସଂଘ ପକ୍ଷରୁ ୩୭ତମ ଗଜଲକ୍ଷ୍ମୀ ପୁଜା ବସଷ୍ଟାଣ୍ଡ ପରିସରରେ ଅନୁଷ୍ଠିତ ହେଉଛି ।କୋଭିଡ କଟକଣା ହଟିବାପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ପୁଜାର୍ଜନା କରାଯାଉଥିବାରୁ ବ୍ୟବସାୟୀମାନେ ବେଶ ଉତ୍ସାହିତ ଅଛନ୍ତି ।ତିନିଦିନଧରି ବିଭିର୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି ବ୍ୟବସାୟୀମାନେ।

ସୋମବାର ରାତିରେ ଭୁବନେଶ୍ୱର ଉତରବିଧାୟକ ଶୁସାନ୍ତକୁମାରରାଉତ ପୁଜା ମଣ୍ଡପ ପରିଦର୍ଶନରେ ଆସିଥିବା ବେଳେ ବଣିକ ସଂଘପକ୍ଷରୁ ତାଙ୍କୁ ଭବ୍ୟମ୍ବର୍ଦ୍ଧନାଦେବା ସହ ବଜା ବଜାଇ ବାଣ ଫୁଟାଇ ସ୍ଲୋଗାନ ଦେଇ ପୂଜାମଣ୍ଡପ ପାଖକୁ ପାଛୋଟି ଆଣିଥିଲେ।ବିଧାୟକ ମାଙ୍କ ଦର୍ଶନ କରି ସାରିବାପରେ ବିଭିର୍ଣ ସମସ୍ୟା ଉପରେ ସଂଘ ପକ୍ଷରୁ ବିଧାୟକ ଙ୍କ ଦୃଷ୍ଟିକୁ ଆଣି ଏହାର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଥିଲେ ।ଖୁବଶିଘ୍ର ବ୍ୟବ ସାୟୀମାନଙ୍କର ଥଇଥାନ ସହ କାଦୁଅଭର୍ତି ବସଷ୍ଟାଣ୍ଡର ପୁନଃଉଦ୍ଧାର ହେବ ବୋଲି ବିଧାୟକ ପ୍ରତିଶୃତି ଦେଇଥଲେ ।ଏହାସହ ଜନନାୟକ ବିଜୁ ପଟ୍ଟନାୟକଙ୍କ ଏକ ପ୍ରତିମୁର୍ତୀ ନନ୍ଦନକାନନ ପାଖରେ ସ୍ଥାପନ କରାଯିବ ବୋଲି କହିଥିଲେ ।ରଘୁନାଥପୁରସରପଂଚଙ୍କ ପ୍ରତିନିଧି କୃଷ୍ନଚନ୍ଦ୍ରମାଝୀ, ସମିତିସଭ୍ୟ ନିହାରକାନ୍ତ ପଢିହାରୀ ,ବଣିକସଂଘର ସଭାପତି ସନ୍ତୋଷ କୁମାର ରାଉତ ,ପ୍ରବୀରକୁମାରସୁନ୍ଦରାୟ,ଅନିରୁୁଦ୍ଧରାଉତ, ପ୍ରସନ୍ନପ୍ରଧାନ, ଅମିତକୁମାରଜେନା, ବିପନି ବିହାରୀପାତ୍ର,ସରୋଜ କୁମାର ସାହୁ.ଅସିତରାଉତଙ୍କ ସମେତ ସମସ୍ତ ବ୍ୟବସାୟୀମାନେ ଉପସ୍ଥିତରହି ବିଧାୟକଙ୍କୁ ସମ୍ବର୍ଦ୍ଧନାଦେବା ସହ ସେମାନଙ୍କ ବିିଭିର୍ଣ ସମସ୍ୟା ଉପରେ ଆଲୋଚନା କରିଥିଲେ ।ଏହାପରେ ବିଧାୟକ ପାଂଚ ପଂଚାୟତର ବିଭିର୍ଣଗାଁରେ ହୋଇଥିବା ପୁଜାମଣ୍ଡପ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.