ବିଧାୟକଙ୍କ ପାଇଁ ମନ୍ଦିରରେ ଜାଲିଲେ ଦୀପ

0 259

ଡେଲାଙ୍ଗ ୧୫/୯(ଏସଏସନିୟୁଜ)ପିପିଲି ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରଦୀପ ମହାରଥି କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହିତ ତାଙ୍କର ଧର୍ମପତ୍ନୀ ଓ ପୁଅ ମଧ୍ୟ ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସ୍ଥାନୀୟ ବିଧାୟକଙ୍କୁ କରୋନା ପଜେଟିଭ ଚିହ୍ନଟ ହେବା ଖବର ପାଇ ସ୍ଥାନୀୟ ରାଜନେତା ଓ ବିଧାୟକଙ୍କୁ ଅନ୍ତର ସହିତ ଭଲପାଉଥିବା ଡେଲାଙ୍ଗ ଓ ପିପିଲି ବ୍ଲକର ଜନସାଧାରଣ ମାନେ ବିଭିନ୍ନ ମନ୍ଦିରକୁ ଯାଇ ଠାକୁରଙ୍କ ନିକଟରେ ଶ୍ରୀ ମହାରଥିଙ୍କ ଅରୋଗ୍ୟ କାମନା କରିଛନ୍ତି । ଆଜି ସଂନ୍ଧ୍ୟାରେ ପିିପିଲି ବ୍ଲକ ଅନ୍ତର୍ଗତ ତେଇସିପୁର ପଂଚାୟତର ସୋମନାଥ ମନ୍ଦିର ପ୍ରଙ୍ଗଣରେ ସମିତିସଭ୍ୟ ତଥା ଅତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁଙ୍କ ସମେତ ସାମାଜିକକର୍ମୀ ,ବୁଦ୍ଧିଜିବି, ଛାତ୍ରଛତ୍ରୀ,ମହିଳା ଗୋଷ୍ଠି ଓ ସ୍ଥାନୀୟ ଜନସାଧାରଣ ସମୂହ ଦୀପଦାନ କରିବା ସହିତ ବିଧାୟକଙ୍କ ଆରୋଗ୍ୟ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫଗୁଭୂଷଣ ପରିଡା,ଜମ୍ବେଶ୍ୱର ସେନାପତି,ଜିତେନ୍ଦ୍ର ରଥ,କାଳନ୍ଦୀ ଚରଣ ପ୍ରଧାନ,ପ୍ରକାଶ ରଥ,ଜିତେନ୍ଦ୍ର ବରାଳ,ପଦ୍ମନାଭ ସାମନ୍ତରାୟ,ମାନସ ବାରିକ,ଦିବାକର ଖଟୋଇ,ମହିଳା ସଭାନେତ୍ରୀ ଉମାମଣି ରଥ,ଶାନ୍ତିଲତା ପରିଡା ପ୍ରମୁଖ ଠାକୁରଙ୍କ ପ୍ରଙ୍ଗଣରେ ଉପସ୍ଥିତ ରହି ଏକ ଘଣ୍ଟା ପର୍ଯ୍ୟନ୍ତ ଏକଗ୍ରତା ସହିତ ଦୀପଜାଳି ଅନ୍ତର ସହିତ ବିଧାକଙ୍କ ଆରୋଗ୍ୟ କାମନା କରିଥିଲେ ।( ଡେଲାଙ୍ଗରୁ ଚିତ ଜେନାଙ୍କ ରିପର୍ଟ )

Leave A Reply

Your email address will not be published.