ବିଦ୍ୟାଳୟରେ ପାଳିଲେ ଗୋପବନ୍ଧୁଙ୍କ ଜନ୍ମଜୟନ୍ତି

0 240

ଡେଲାଙ୍ଗ ୯ା୧୦ (ଏସଏସ ନିୟୁଜ ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମଜୟନ୍ତି ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅବସ୍ଥାପିତ ଥିବା ସତ୍ୟବାଦୀଯୁଗର ପଂଚସଖାଙ୍କ ପର୍ତ୍ତିମୁର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା ।ପରେ ବିଦ୍ୟାଳୟ ଶ୍ରେଣୀଗୃହରେ ଥିବା ଗୋପବନ୍ଧୁ ଦାଶଙ୍କ ଫଟଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ପ୍ରଧାନ ଶିକ୍ଷକ ପ୍ରଦୀପ ସେଠୀଙ୍କ ସଭାପତିୁତ୍ୱରେ ସାଧାରଣ ସଭାର ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ପରିବେଶବିତ୍ ବିଶବଜିତ ପରିଡା ,ଶିକ୍ଷକ ମିଟୁକିଶୋର ପ୍ରଧାନ,ପର୍ଶୁରାମ ସାହୁ,ବିରଞ୍ଚିନାରାୟଣ ବରାଳ,ସୁଧିରକୁମାର ଜେନା,ପୁରୁଷୋତ୍ତମ ନାୟକ,ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧା. ପରିଚାଳନା କମିଟି ସଭାପତି ସୁବାଷଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ଜିବନୀ ଉପରେ ଅଲୋକପାତ କରିବା ସହିତ ଆଦର୍ଶରେ ଅନୁପ୍ରଣିତ ହେଲେ ସମାଜରେ ଭଲ ମଣିଷ ହୋଇପାରିବ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ ।ପରିଶେଷରେ ବୃକ୍ଷରୋପଣ କରାଯାଇଥିଲା । ସେହିପରି ସବୁଜ ଟ୍ରଷ୍ଟ ପକ୍ଷରୁ ଆଇନଜୀବି ହୃଷିକେଶ ପାଢିଙ୍କ ସଭାପତିତ୍ୱରେ ଗୋପବନ୍ଧୁଙ୍‌ଜ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଇନିଜୀବି ବିଶ୍ୱନାଥ ପରିଡା,ମାର୍କଣ୍ଡ ପରିଡା, କେଦାରନାଥ ମହାନ୍ତି ପ୍ରମୁଖ ଉପସ୍ଥିଥିଲେ ।( ଡେଲାଙ୍ଗରୁ ଚିତଜେନାଙ୍କ ରିପୋର୍ଟ )

Leave A Reply

Your email address will not be published.