ବିଦ୍ୟାଳୟରେ ଶୋକସଭା

0 389

ଡେଲାଙ୍ଗ ୯ା୧୦ (ଏସଏସନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଂଚାୟତରେ ସ୍ଥାପିତ ପ୍ରଦୀପ ମହାରଥି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ପ୍ରଧାନ ଶିକ୍ଷୟତ୍ରୀ ଗିତାଞ୍ଜଳୀ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନିଷ୍ଠିତ ହୋଇଯାଇଛି ।ଏହି ଅବସରରେ ସ୍ୱର୍ଗତ ମହାରଥିଙ୍କ ପଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପାର୍ଥନା କରାଯାଇଥିଲା ।

ପରିଚାଳନା କମିଟିତ ସଭ୍ୟ ପ୍ରଦୀପ ପ୍ରଧାନ,ଜମ୍ବେଶ୍ୱର ମୁଦୁଲି ,ସହକାରୀ ଶିକ୍ଷକ ଭାଗ୍ୟରଥି ସାହୁ,ସର୍ବଶ୍ୱେର ପ୍ରଧାନ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସ୍ୱର୍ଗତ ବିଧାୟକଙ୍କ ଜିବନୀ ବିଷୟରେ ଆଲୋକପାତ କରିଥିଲେ । ( ଡେଲାଙ୍ଗରୁ ଚିତଜେନାଙ୍କ ରିପୋର୍ଟ )

Leave A Reply

Your email address will not be published.