ବିଦ୍ୟୁତ୍ ଖୁଣ୍ଟରେ କୁମ୍ଭୀର ଛୁଆ

ରାଜନଗର,୧୭ା୭(ଏସଏସନିଉଜ) ଭିତରକନିକା ଜାତୀୟ ଉଦ୍ୟାନ ସୀମାବର୍ତ୍ତୀ ଅଞ୍ଚଳରେ ଏକ ୩ ଫୁଟ୍‌ର କୁମ୍ଭୀର ଛୁଆ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ିଯାଇଥିବାର ଦେଖିବାକୁ ମିଳିଛି ।କୁମ୍ଭୀର ଛୁଆଟି ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢ଼ି ଶୀର୍ଷରେ ତାର ସହିତ ଲାଗି ରହିଛି। ୨୫ ଫୁଟ୍ ଲମ୍ବ ବିଦ୍ୟୁତ୍ ଖୁଣ୍ଟର ପୂରା ଉପରକୁ ଚଢ଼ିଯାଇଛି ।ସ୍ଥାନିୟଲୋକାମନେ ପାଟିକରିବା ଓ ଟେକା ମାରିଲେ ମଧ୍ୟ କୁମ୍ଭୀରଟି ତଳକୁ ଓହ୍ଲାଉନଥିବାର ଜଣାପଡିଛି ।ଯାହାର ଭିଡିଓ ଏବେ ସୋସିଆଲମିଡିଆରେ ଭାଇରାଲ ହେବାରେ ଲାଗିଛି । ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ପାଟଶାଳା ନଦୀରୁ ଉଠିଆସି ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢ଼ିଥିବାର ଅନୁମାନ କରୁଛନ୍ତି ସ୍ଥାନୀୟଲୋକ ।

- Advertisement -

Leave A Reply

Your email address will not be published.