ବାରଙ୍ଗ,୧୭/୭ (ଏସଏସନିଉଜ); ରାଜଧାନୀ ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ଗ୍ରାମରେ ଶ୍ରୀ ଶ୍ରୀ ସାଇ ସୋମନାଥ ଦେବଙ୍କ ସପ୍ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଯାଇଛି। ବୁଧବାର ଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ୪ଦିନ ଧରି ବାବାଙ୍କ ପୀଠରେ ଯଜ୍ଞ ଚାଲିବ। ବୁଧବାର ଯଜ୍ଞର ପ୍ରଥମ ଦିନରେ ଅଞ୍ଚଳର ଶତାଧିକ ମାନସିକଧାରୀ ପ୍ରାଚୀନ ପ୍ରାଚୀନଦୀ ଧାରରୁ ବିରାଟ କଳସ ଶୋଭାଯାତ୍ରାରେ ବାହାରି ବାବାଙ୍କ ପୀଠରେ ଜଳାଭିଷେକ କରିଥିଲେ। ଗୁରୁବାର ଦ୍ଵିତୀୟ ଦିନରେ ସୂର୍ଯ୍ୟପୂଜା, ଅଗ୍ନି ସ୍ଥାପନ ଏବଂ ପାଲା ପରିବେଷଣ କରାଯିବ। ଶୁକ୍ରବାର ଗୀତାହୁତୀ, ଆଳତି ଏବଂ ବାବାଙ୍କ ପାଲିଙ୍କି ଗ୍ରାମ ଭ୍ରାମଣୀ ଅନୁଷ୍ଠିତ ହେବ। ଶେଷ ତଥା ଶନିବାର ହନୁମାନ ସହସ୍ରନାମ, ବାବାଙ୍କ ସହସ୍ରାହୂତୀ, ଗୋପୂଜା, ପୂର୍ଣ୍ଣାହୁତି, ଭଜନ ସଂଖ୍ୟା ଆଦି ଅନୁଷ୍ଠିତ ହେବ। ପରିଶେଷରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବାବାଙ୍କ ଏହି କାର୍ୟ୍ୟକ୍ରମରେ ତ୍ରିଲୋଚନ ପଡିହାରୀ, ସମ୍ବିତ କୁଆଁର, ପ୍ରଶାନ୍ତ ପଡିହାରୀଙ୍କ ସମେତ ମନ୍ଦିର କମିଟିର କର୍ମକର୍ତ୍ତା ଏବଂ ଗଣ୍ଡରପୁର ଗ୍ରାମବାସୀ ସହଯୋଗ କରିଥିଲେ।
