ବିଜୁବାବୁଙ୍କ ଜୟନ୍ତୀ ଓ ପଂଚାୟତରାଜ ଦିବସ ସମାରୋହ

0 771

ଡେଲାଙ୍ଗ୫/୩(ଏସଏସନିୟୁଜ) ଡେଲାଙ୍ଗ ବ୍ଲକରେ ଗୁରୁବାରଦିନ ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଛି । ଓଡିଶାର ବରପୁତ୍ର ,ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ଦିବଂଗତ ବିଜୁ ପଟ୍ଟନୟକଙ୍କ ୧୦୨ ତମ ଜନ୍ମ ଜୟନ୍ତି ଅବସରରେ ସ୍ଥାନୀୟ ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତି ପଳନ ହୋଇଯାଇଛି ।ଡେଲାଙ୍ଗ ହାଟ ବଜାର ଛଳରେ ଅବସ୍ଥାପିତ ବିଜୁ ବାବୁଙ୍କ ପ୍ରତିମୁର୍ତିରେ ବିଜେଡି କର୍ମିମାନେ ପୁଷ୍ପମାଲ୍ୟାର୍ପଣ କରିବା ସହ ପ୍ରଦୀପ ଜାଳି ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଡେଲାଙ୍ଗ କୋଠବାଡ ପଂଚାୟତର ପୂର୍ବତନ ସରପଂଚ ଲୋକନାଥ ବେହେରା ,ପୂର୍ବତନ ଅତ୍ମାର ଅଧ୍ୟକ୍ଷ ବସନ୍ତ ବେହେରା ,ଡେଲାଙ୍ଗ କୋଠବାଡ ସେବାସମବାୟ ସମିତିର ସଭାପତି ନବଘନ ପ୍ରଧାନ,ସୁଜନ ପଂଚାୟତର ପୂର୍ବତନ ସରପଂଚ ବିପିନି ବିହାରୀ ନରେନ୍ଦ୍ର ,ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ ,କଲ୍ୟାଣପୁରୁ ପଂଚାୟତ ସରପଂଚ ପ୍ରତିନିଧି ସଞ୍ଜୟ କୁମାର ଜେନା , ପୂର୍ବତନ ସରପଂଚ କୃଷ୍ଣଚନ୍ଦ୍ର ସେନାପତି,ସମାଜିକ କର୍ମୀ ନଳୀନି ରଞ୍ଜନ ପଟ୍ଟନାୟକ,ଗୁଆଳିପଡା ସରପଂଚ କାଳନ୍ଦୀ ଜେନା ,ସମିତିସଭ୍ୟ ବାସୁଦେବ ଜେନା ,ଅଭିମନ୍ୟୁ ରାଉତ ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ ।ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ନେତୃତ୍ୱରେ ୨୦ ବର୍ଷ ଧରି ଓଡିଶାରେ ଏକ ସ୍ଥିର ଶସନ ଚାଲିଥିବା ବେଳେ ଆଗାମୀ ଦିନରେ ବିଜେଡି ଦଳକୁ ଜନସାଧାରଣ ପୂନର୍ବାର ବହୁମତରେ ସମର୍ଥନ କରିବାକୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ସାହୁ ସମବେତ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ସେହିପରି ଡେଲାଙ୍ଗ ବ୍ଲକ ପରିସରରେ ଆଜି ପଂଚାୟତରାଜ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କ ସଭାପତିତ୍ୱ କରିଥିବା ବେଳେ ବିଡିଓ କ୍ଷିରୋଦ୍ର ପ୍ରଧାନ ,ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ ,ଏବିଡିଓ ପ୍ରଦିପ୍ତ ନାୟକ ,ବିପିଓ ପୂର୍ଣ୍ଣଚନ୍ଦ୍ର ସେଠୀ,କବିନ୍ଦ୍ର ବଲବନ୍ତରାୟଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗଦେଇ ଥିଲେ ।ଯୋଗ ଦେଇ ଥିବା ଅତିଥି ମାନେ ବିଜୁ ବାବୁଙ୍କ ପଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ବିଜୁ ବାବୁଙ୍କ ଜିବନୀ ଉପରେ ଆଲୋକ ପାତ କରିଥିଲେ ।

Leave A Reply

Your email address will not be published.