ପଟିଆ ବନ୍ଧରେ ଜଳିବ ସୋଲାର ଲାଇଟ

0 503

ବାରଙ୍ଗ,୫/୩(ଏସଏସନିୟୁଜ)ଐତିହାସିକ ପଟିଆବନ୍ଧରେ ଲାଗିବ ସୋଲାର ଲାଇଟ ।ଯଦିଓ ରାଜଧାନୀ ଉପକଣ୍ଠ ରେ ଥିବା ପାଂଚପଂଚାୟତ ମହାନଗରନିଗମକୁ ଯାଇନାହିଁ ତଥାପି ପଚଂୟତବାସୀ ପାଇବେ ମହାନଗର ଭଳି ମୈାଳିକ ସୁବିଧା ।ନନ୍ଦନବିହାରଠାରୁ ନନ୍ଦନକାନନ ଛକ ପର୍ଯ୍ୟନ୍ତ ନନ୍ଦନକାନନ ମୁଖ୍ୟ ରାସ୍ତା ଆଲୋକିକରଣ କରାଯାଇଥିବା ବେଳେ ଗୁରୁବାରଦିନ ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ରାସ୍ତା ଆଲୋକିକରଣର ଶୁଭାରମ୍ଭ କରିଛନ୍ତି ଭୁବନେଶ୍ୱର ଉତର ବିଧାୟକ ଶୁସାନ୍ତକୁମାର ରାଉତ ।ଗୁରୁବାରଦିନ ମରଚିଆଠାରେ ଏକ ସୋଲାରଲାଇଟ ଲଗାଯାଇ ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଛି । ୫୦ଲକ୍ଷଟଙ୍କା ବ୍ୟୟବରାଦରେ କାନପୁରଠାରୁ ମଂଚେଶ୍ୱର ପର୍ଯ୍ୟନ୍ତ ରାସ୍ତା ହେବ ଆଲୋକିକରଣ ।ପ୍ରତି ୧୦୦ମିଟର ଦୁରତାରେ ଲାଗିବ ସୋଲାଇ ଲାଇଟ ।୧୫ଦିନ ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ବିଧାୟକ କହିଛନ୍ତି ।ଏହି ରାସ୍ତା ଆଲୋକିକରଣ ହେଲେ ବିଶେଷକରି ଦାଢା,କଲ୍ୟାଣପୁର,ବରିମୁଣ୍ଡ ଓ କଳାରାହଙ୍ଗ ଆଦି ୪ଟି ପଂଚାୟତବାସି ବିଶେଷଭାବେ ଉପକୃତ ହେବେ ।ଏଥିସହ ନନ୍ଦନକାନନରୁ ପର୍ଯ୍ୟଟକମାନଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ବିଭିର୍ଣ ଗାଡିଗୁଡିକ ମଧ୍ୟ ଲାଭବାନ ହବା ସହ ଚୋରୀ ପରିମାଣ କମିବ ବୋଲି ଜଣାପଡିଛି । ତେବେ ବିଧାୟକଙ୍କ ଉଦ୍ୟମରେ କରାଯିବାକୁ ଥିବା ଏହି ଆଲୋକିକରଣ କାର୍ଯ୍ୟକୁ ପାଂଚପଂଚାୟତବାସୀ ସ୍ୱାଗତ କରିଛନ୍ତି । ଏହି ଉଦଘାଟନୀ ଉସ୍‌ବରେ ସ୍ଥାନୀୟ ବିଜେଡିକର୍ମୀମାନଙ୍କ ସହ ବହୁ ମୁରବୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.