ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣ ପାଇଁ ପ୍ରସ୍ତୁତି ବୈଠକ ଯୋଗଦେବେ ୪୦୦ ସକିର୍ତନ ମଣ୍ଡଳୀ

0 254

ଡେଲାଙ୍ଗ,୫/୩ (ଏସଏସନିୟୁଜ)ଆସନ୍ତା ୧୪ତାରିଖରେ ଓଡିଶାପ୍ରସିଦ୍ଧ ହରିରାଜପୁର ପଂଚୁଦୋଳମେଳଣ ହେବ । ଏଥିପାଇଁ ଚଳଚଂଚଳ ହୋଇଉଠିଛି ସେହି ଅଂଚଳ ।ଏହାକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ଆଗେଇ ଆସିଛନ୍ତି ପ୍ରଶାସନ ,ନେତୃସ୍ଥାନୀୟ ଲୋକମାନଙ୍କ ସହ ବିଭିର୍ଣ ସଙ୍ଗଠନ । ଏଥିପାଇଁ ଗୁରୁବାରଦିନ ଡେଲାଙ୍ଗ ବ୍ଲକ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜ ପଂଚାୟତରେ ରହିଛି ହରିରାଜପୁର ସୋମନାଥ ଦେବଙ୍କ ବଜେସ୍ଥଳୀ । ହେବାକୁ ଥିବା ପଂଚୁଦୋଳ ମେଳଣରେ ଓଡିଶାର ବିଭିନ୍ନ ସ୍ଥାନରୁ ୪୦୦ ସକିର୍ତନ ମଣ୍ଡଳୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ବୈଠରେ ବିଶେଷ ଆଲୋଚନା ହୋଇଥିଲା । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ରକୁମାର ଆଚାରିୟାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ବୈଠକରେ ହରିରାଜ ପୁର ମେଳଣ କମିଟିର କର୍ମକର୍ତା ,ପୋଲିସ ,ବିଦ୍ୟୁତ ବିଭାଗ ,ବ୍ଲକ ପ୍ରଶାସନ,ଅଗ୍ନିଶମ ବିଭାଗ ,ମହିଳା ମହାସଂଘ ଓ ସ୍ଥାନିୟ ବୁଦ୍ଧିଜିବୀ ମାନେ ଯୋଗଦେଇ ଅନୁଷ୍ଠିତ ହେବାକୁ ଥିବା ପଂଚୁଦୋଳ ମେଳଣକୁ ଆନ୍ତିଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା । ପଂଚୁଦୋଳ ମେଳଣ କମିଟିର ସଂଯୋଜକ ପ୍ରସନ୍ନ କୁମାର ମହାରଥିଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ମେଳଣ କମିଟି ଭରପ୍ରାପ୍ତ ସଭାପତି ପ୍ରେମାନ୍ଦନ ମହାରଥି,ବିଡିଓ କ୍ଷୀରୋଦ ପ୍ରଧାନ,ଏସଡିପିଓ ଦେବଦତତ୍ତ ବରାଳ,ସିଡିପିଓ କାମିନୀ ପ୍ରଭା ସ୍ୱାଇଁ,ଡେଲାଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ପଟ୍ଟନାୟକ ,ହରିରାଜପୁର ଫାଣ୍ଡି ଅଧିକାରୀ ଯୁଗଳ କିଶୋର ଜେନା ,ମିଶନଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ,ଏବିଡିଓ ପ୍ରଦୀପ୍ତ ନାୟକ,ଅଗ୍ନୀଶମ ଅଧିକାରୀ ସନ୍ତୋଷ କୁମାର ଦାଶ,ସାମାଜିକ କର୍ମୀ ନିରୁପମା ପାତ୍ର ପ୍ରମୁଖ ଯୋଗଦେଇଥିଲେ ।୧୬୩୭ ଖ୍ରୀଷ୍ଟାଦ୍ଧରୁ ଅନୁଷ୍ଠିତ ହୋଇଆସିଥିବା ଏହି ହରିରାଜ ପୁର ପଂଚୁଦୋଳ ମେଳଣ ଓଡିଶା ପ୍ରସିଦ୍ଧ ମେଳଣ ଅଟେ ।ଏହି ମେଳଣରେ ବହୁ ଜନସମାଗମ ହୋଇଥିଲେ ମଧ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ସେଭଳି ପ୍ରଚାର ପ୍ରଶାର ବ୍ୟବସ୍ଥା କରାଯାଇନାହିଁ । ଏହି ମେଳଣର ଅଧିକ ପ୍ରଚାର ପ୍ରସାର ହେଲେ ମେଳଣ ସୁଦୂର ପ୍ରସାରୀ ହୋଇପାରନ୍ତା ବୋଲି ଉକ୍ତ ବୈଠଳରେ ଯୋଗଦେଇଥିବା କମିଟି ସଦସ୍ୟ ମାନେ ଗୁରୁତ୍ୱ ଆରୋପ କରିଥିଲେ । ମେଳଣ କମିଟି ସଂଯୋଜକ ପ୍ରସନ୍ନ ମହାରଥୀ ମେଳଣର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ସୂଚନା ଦେବା ସହ ମାର୍ଚ୍ଚ ୧୪ ତାରିଖ ରାତ୍ରି ଜମାଣରେ ୫ ଲକ୍ଷ ଶ୍ରଦ୍ଧାଳୁ ଓ ୧୭ ତାରିଖ ଦିଅଁ ମେଳଣ ଉତ୍ସବରେ ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ସମାଗମ ହେବାର ଆକଳନ କରାଯାଉଥିବାରୁ ଏଥିପ୍ରତି ଦୃଷ୍ଟିରଖି ସଡକ ସୁରକ୍ଷା ,ଟ୍ରାଫିକ ନିୟନ୍ତ୍ରଣ , ପାନୀୟ ଜଳ ଯୋଗାଣ , ପ୍ରାଥମିକ ସ୍ୱାସ୍ଥ୍ୟ ସେବା , ଅଗ୍ନିଶମ ସେବା କେନ୍ଦ୍ର , ଆଇନ ଶୃଙ୍ଖଳା , ବିଦ୍ୟୁତ ସରବରାହ, ସୂଚନା କେନ୍ଦ୍ର , ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ପ୍ରଶାସିନକ ସହଯୋଗ କାମନା କରିଥିଲେ । ଗମନା ଗମନ ବ୍ୟବସ୍ଥା ସୃଦୁଢ କରିବା ପାଇଁ ପୋଲିସ ପକ୍ଷରୁ ପ୍ରଯ୍ୟାପ୍ତ ଟ୍ରାଫିକ ବନ୍ଦୋବସ୍ତ ସେହିପରି ପାନିୟ ଜଳ ଯୋଗାଣ,ବିଦ୍ୟୁତିକରଣ,ଅସାମାଜିକ ବ୍ୟକ୍ତିଙ୍କୁ ଦମନ,ଚୋରାମଦ କାରବାର ନିୟନ୍ତ୍ରଣ,ସ୍ୱାସ୍ଥ୍ୟ ,ଆମ୍ବୁଲାନ୍ସ,ଅଗ୍ନିସମ ବାହିନୀ ଆଦି ବିଭାଗ ପକ୍ଷରୁ ବ୍ୟବସ୍ଥା ସମ୍ପର୍କରେ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା । ଗତବର୍ଷ ଜମାଣ ଦିନ ଅଗ୍ନିଶମ ବିଭାଗ ଦ୍ୱାରା ନିୟୋଜିତ ଗାଡି ପାଇଁ ମେଳଣ କମିଟି ପକ୍ଷରୁ ୧୦ ହଜାର ଟଙ୍କା ଭଡା ଦିଆଯାଇଥିବା ନେଇ ବୈଠକରେ ଉଦ୍‌ବେଗପ୍ରକାଶ ପାଇଥିଲା । ପ୍ରଶାସନ ଏହି ଅର୍ଥକୁ ହ୍ରାସ କରିବା ନେଇ ମେଳଣ କମିଟି ପକ୍ଷରୁ ନିବେଦନ କରାଯାଇଥିଲା । ଏହି ମେଳଣରେ ଅତସବାଜି ପ୍ରଦର୍ଶନ ସବୁଠାରୁ ଆକର୍ଷଣୀୟ ହୋଇଥିବାରୁ ବିଗତ ବର୍ଷଠାରୁ ଧନଜୀବନ ହାନି କରୁଥିବା ବିଷ୍ଫୋରକ ପ୍ରଦର୍ଶନୀ ଦିଗରେ ପ୍ରଶାସନ ପକ୍ଷରୁ ରୋକ ଲଗାଇଥିବା ନେଇ ସଂଯୋଜକ ଶ୍ରୀ ମହାରଥି ସୂଚନା ଦେଇଥିଲେ । ଜମାଣ ଉତ୍ସବ ଦିନ ସନ୍ଧ୍ୟା ୬ଟାରୁ ସକାଳ ୬ ପର୍ଯ୍ୟନ୍ତ ଓ ମେଳଣଦିନ ସକାଳ ୮ଟାରୁ ରାତ୍ର ୧ଟା ପର୍ଯ୍ୟନ୍ତ ବହୁ ଜନସମାଗମକୁ ଦୃଷ୍ଟିରେ ରଖି,ଜଟଣୀ-ପିପିଲି,ଜଟଣୀ-କପିଳପ୍ରଶାଦ,ଖୋର୍ଦ୍ଧା-ଜଟଣୀ,ତଳଖାତ –ଜଟଣୀ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦକାରିବା ପାଇଁ ବୈଠରେ ନିସ୍ପତି ହୋଇଥିଲା । ସେହିପରି ଜଟଣୀ ଥାନା,ପିପିଲି ଥାନା,ଏୟାରଫିଲଡ୍ ଥାନା,ଡେଲାଙ୍ଗଥାନା ପକ୍ଷରୁ ଉପରୋକ୍ତ ସଡକରେ ୨୪ ଘଂଟିଆ ପାଟ୍ରୋଲିଂ ଜାରି ରଖିବାକୁ ମେଳଣ କମିଟି ପକ୍ଷରୁ ନିବେଦନ କରାଯାଇଛି ।ଆସନ୍ତା ବୈଠକ ସୋମନାଥ ଦେବ ମନ୍ଦିର ପରିସରରେ ୮ ତାରିଖରେ କରାଯିବ ବୋଲି ମେଳନ କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.