ବାଇକ୍ ଚୋରି କରି ଧରାପଡିଲେ ଯୁବକ

ଭୁବନେଶ୍ୱର,୨।୧(ଏସଏସନିଉଜ)ଘର ଆଗରେ ଥୁଆ ହୋଇଥିବା ବାଇକ୍ ଚୋରିକରି ନେଇଥିବା ଅଭିଯୋଗରେ ନନ୍ଦନକାନନଥାନା ପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି।
ପ୍ରକାଶ ଯେ,ପାହଳ ଥାନା ଅଧୀନସ୍ଥ ନହରକଣ୍ଟା ଗ୍ରାମର ବାସୁଦେବ ବେହେରା ନନ୍ଦନକାନନ ଥାନା ଅଧୀନସ୍ଥ
କଲ୍ୟାଣପୁର ଗ୍ରାମରେ ଥିବା ତାଙ୍କ ଶଶୁର ଘରକୁ ବୁଧବାର ଦିନ ଆସି ଘର ବାହାରେ ତାଙ୍କ ଓଡ଼ି ୦୨ ଏଡବ୍ଲୁ ୭୩୨୩ ନମ୍ୱର ବାଇକକୁ ରଖିଥିଲେ।ନୂଆବର୍ଷ ରାତିରେ ବାଇକ୍ ଟି ନଥିବାର ଦେଖିବା ପରେ ବହୁ ଖୋଜାଖୋଜି କରି ନିରାଶ ହୋଇ ହେବାରୁ ବାସୁଦେବ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ।ଥାନା ଅଧିକାରୀ ବିଭୂତି ଭୂଷଣ ମୁଦୁଲି ୨/୨୬କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।କଲ୍ୟାଣପୁର ହରିଜନ ସାହିର ଦୀପକନାୟକ (୨୬)ନାମକ ଯୁବକ ଉକ୍ତ ବାଇକକୁ ଚୋରି କରି ନେଇ ରଖିଥିବାର କୌଣସି ସୂତ୍ରରୁ ଖବର ପାଇ ପୋଲିସ ଗୁରୁବାରରାତିରେ ଚଢାଉ କରି ଦୀପକକୁ ଗିରଫ କରିବା ସହ ବାଇକ୍ କୁ ଜବତ କରି ଶୁକ୍ରବାର କୋର୍ଟଚାଲାଣ କରିଛି।

- Advertisement -

Leave A Reply

Your email address will not be published.