ବାଇକକୁ ଧକ୍କା ଦେଲା ଆମ ବସ

ବାରଙ୍ଗ, ୧୨।୧୦(ଏସଏସନିଉଜ)ବିବାଦର ପିଛା ଛାଡୁନଥିବା ଆମବସ ଧକ୍କାରେ ରବିବାର ଦିନ ଜଣେ ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ପରେ ବସ ଟି ଖସି ପଳାଇଥିବା ବେଳେ ସ୍ଥାନୀୟ ଲୋକ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି।
ପ୍ରକାଶଯେ,ରବିବାର ଅପରାହ୍ନ ସାଢେ ୪ଟା ସମୟରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା ପଦ୍ମନାଭନଗର ଛକ ନିକଟରେ ଓଆର ୦୫ଏଏଲ ୮୦୪୫ ନମ୍ୱର ବାଇକ ଯୋଗେ ଜଣେ ବାଇକ୍ ଚାଳକ ତ୍ରିଶୂଳିଆ ବଜାରରୁ ଗୋଡିସାହି ଅଭିମୁଖେ ଯାଉଥିଲେ।ଏହିସମୟରେ ପଛପଟୁ ଓଡି ୦୫ସିବି ୦୧୬୫ ନମ୍ୱର ଆମ ବସଟି ଦୃତ ଗତିରେ ଆସି ଧକ୍କା ଦେଇଥିଲା। ଫଳରେ ବାଇକ ଚାଲକ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ତଳେ ପଡିଥିବା ସମୟରେ ଆମ ବସଟି ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଆମ ବସକୁ ପିଛା କରି ଅଟକାଇବା ସହ ବାରଙ୍ଗ ଥାନା ପୁଲିସକୁ ସୂଚନା ଦେଇଥିଲେ। ଉପସ୍ଥିତ ଲୋକମାନେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ଜରୁରୀକାଳୀନ ସେବାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ଘଟଣାସ୍ଥଳରେ ବାରଙ୍ଗ ଥାନା ପୁଲିସ ପହଞ୍ଚି ଦୃଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

- Advertisement -

Leave A Reply

Your email address will not be published.