ବାଇକକୁ ପିଟିଲା ଆମବସ

କଟକ,୧୨ା୭(ଏସଏସନିଉଜ) ଫୁଲପୋଖରୀ ଛକ ହମ୍ପସ ନିକଟରେ ଭାରସାମ୍ୟ ହରାଇ ଆମବସ ଏକ ବାଇକକୁଧକ୍କା ଦେଇଛି ।ସୈ।ଭାଗ୍ୟବଶତ ବାଇକ୍ ଚାଳକ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ବାଇକଟି ଭାଙ୍ଗିରୁଜି ଯାଇଛି ।ଏହିଘଟଣାପରେ ଆମବସର ବେପରୁୱା ଗାଡିଚାଳନକୁ ବିରୋଧ କରି ଚାପା ଉତେଜନା ଦେଖାଦେଇଥିଲା ।ପରେ ଖବରପାଇ ପୋଲିସ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଜା କରିବା ପରେ ପରିସ୍ଥିତିଶାନ୍ତ ହୋଇଥିଲା ।
ପ୍ରକାଶଯେ, ଶନିବାର ଅପରାହ୍ନ ୪ଟା ପିଟିଲାସମୟରେ କଟକରୁ ଭୁବନେଶ୍ୱର ଅଭିମୁଖେ ୯୩ନଂ ରୁଟରେ ଯାଉଥିବା ଓଡି ୦୬ବିଜେ ୯୪୦୨ ନମ୍ୱର ଆମ ବସଟି ତ୍ରିଶୂଳିଆ ପଟରୁ ବାରଙ୍ଗ ଆଡ଼କୁ ଦ୍ରୁତଗତିରେ ଆସୁଥିଲା।ବାରଙ୍ଗ ମୁଖ୍ୟ ରାସ୍ତାର ଫୁଲପୋଖରୀ ଛକ ନିକଟ ହମ୍ପସ ପାଖରେ ଯାଉଥିବା ଓଡି ୦୬ ଏନ୍ ୧୧୬୪ନଂ ବାଇକଟିକୁ ଆମ ବସ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ ଚାଳକ ସାମାନ୍ୟ ଆହତ ହୋଇଥିବାବେଳେ ବାଇକଟି ଭାଙ୍ଗିରୁଜି ଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚାପା ଉତେଜନା ଦେଖାଦେଇଥିଲା।ଖବର ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବାଇକଚାଳକକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁନେବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଜା କରିବାପରେ ଉତେଜନା ଶାନ୍ତ ପଡିଥିଲା ।

- Advertisement -

Leave A Reply

Your email address will not be published.