ବାଇକ ଲୁଟେରା ଧରାପଡିଲା

0 205

ଜଟଣୀ,୨୩/୮(ଏସଏସନିଉଜ) ଏହିଥାନା ଅଧିନସ୍ଥ ଉପରବସ୍ତ ମୁଣ୍ଡଳୀସାହିର ବିନୟକୁମାର ମହାରଣା ନିଜର ହିରୋହୋଣ୍ଡାକୁ ନମ୍ବର(ଓଆର-୦୨-ଏଏନ-୪୭୨୩) ନିକଟସ୍ଥ ଶ୍ରିହରିବିହାରରେ ରହୁଥିବା ରୁଦ୍ରପ୍ରସାଦଙ୍କ ଘରବାହାରେ ରଖି ଘରକୁ ଯାଇଥିଲେ ।କିଛିସମୟ ପରେ ଆସି ଦେଖିବାବେଳକୁ ବାଇକଟି ସେଠାରେ ନଥିଲା ।ବହୁ ଖୋଜାଖୋଜି କରି ନିରାଶ ହେବାପରେ ଜଟଣୀଥାନାରେ ଅ଼ଭିଯୋଗ କରିଥିଲେ ।ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତ କରି ବେଣାପଞରୀଗ୍ରାମର ବଡମଜିଦସାହିର ସାବିଦଖାନ(ମଂଟୁ) ନାମକ ଯୁବକକୁ ଗିରଫ କରିଛନ୍ତି ।ପୋଲିସ ମଂଟୁଠାରୁ ବାଇକକୁ ଜବତ କରି କୋର୍ଟଚାଳଣ କରିଥିବାର ଜଣାପଡିଛି ।

Leave A Reply

Your email address will not be published.