ବିଲେଇ ପାଇଁ ଗଲା ଜୀବନ

ଚନ୍ଦ୍ରଶେଖରପୁର,୧୧।୧୦(ଏସଏସନିଉଜ)ବିଲେଇକୁ ଉଦ୍ଧାର କରିବାକୁ ଯାଇ କୂଅରେ ପଡ଼ି ଜଣଙ୍କର ଜୀବନ ଯାଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି।ଏହିଭଳି ଘଟଣା ମଞ୍ଚେଶ୍ୱରଥାନା ଅଧୁନସ୍ତ ପଦ୍ମକେଶରୀପୁର ଗାଁ ପାଖରେ ଘଟିଛି।ପଟିଆ ଷ୍ଟେସନ ନିକଟଥିବା ଏକ କୂଅରେ ପଡ଼ି ଯାଇଥିଲା ବିଲେଇ । ବିଲେଇକୁ ଉଦ୍ଧାର କରିବା ପାଇଁ ପଦ୍ମକେଶରୀପୁର ଗାଁର ୩ଜଣ ଆଗପଛ କରି କୂଅକୁ ଡେଇଁ ପଡିଥିଲେ।ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି କୂଅ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବାର ଜଣାପଡିଛି।

- Advertisement -

Leave A Reply

Your email address will not be published.