ବିନା ଭକ୍ତରେ ହେବ ପୂର୍ଣ୍ଣାହୁତି

0 375

ବାରଙ୍ଗ,୨୪/୧୨(ଏସଏସନିୟୁଜ)ଚଳିତ ବର୍ଷ କୋଭିଡ କଟକଣାରେ ଆରମ୍ଭ ହୋଇଛି ପଞ୍ଚୁପାଳ ଗ୍ରାମର ରାଜ ରାଜେଶ୍ଵରୀ ମହାଲକ୍ଷ୍ମୀଙ୍କ ବାର୍ଷିକ ଉତ୍ସବ। ଆଡ଼ମ୍ବର ନାହିଁ, ପ୍ରସାଦ ସେବନ ଓ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ନାହିଁ । ଭକ୍ତଙ୍କ ଦର୍ଶନ ଓ ଯୋଗଦାନ ନାହିଁ । କେବଳ ୫ ଜଣ ଭିତରେ କେବଳ ପୂର୍ବବିଧି ପାଳନ କରିବେ । ବୁଧବାର କୁମ୍ବ ସ୍ଥାପନ ହୋଇଛି।କର୍ତା ଭାବେ ରଞ୍ଜିତ ବିଶୋଇ ଓ ପୁଷ୍ପଲତା ବିଶୋଇ  ରହିଥିବା ବେଳେ ପଣ୍ଡିତ ମାଗୁଣି ଷଡଙ୍ଗୀ ,ଶେଷଦେବ ଷଡଙ୍ଗୀ ପ୍ରମୁଖ ପଣ୍ଡିତ ମାନେ ଉପସ୍ଥିତ ରହି ରାଜ ରାଜେଶ୍ଵରୀ ମହାଲକ୍ଷ୍ମୀ ଙ୍କ ପୂଜାର୍ଜନା ଚଳାଇଛନ୍ତି ।ଗ୍ରାମ୍ୟ କମିଟିର ତତ୍ଵାବଧାନରେ  ଅନୁଷ୍ଟିତ ମହାଲକ୍ଷ୍ମୀଙ୍କ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ବିନା ଉକ୍ତରେ ପୂର୍ଣ୍ଣାହୁତିରେ ଶେଷ ହେବବୋଲି କୁହାଯାଇଛି ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

Leave A Reply

Your email address will not be published.