ବିନାଭକ୍ତରେ ମହାପ୍ରଭୁ ଖେଳିବେ ଚାପ

0 270

ପୁରୀ,୧୯/୪(ଏସ୍‌ଏସ୍‌ନିୟୁଜ)ଆସନ୍ତା ୨୬ତାରିଖରୁ ଆରମ୍ଭ ହେବ ମହାପ୍ରଭୂଙ୍କର ଚନନ୍ଦନଯାତ୍ରା ।ଏଥର ବିନାଭକ୍ତମାନଙ୍କ ଗହଳିରେ ମହାପ୍ରଭୂ ଖେଳିବେ ଚାପ । ସାମାଜିକ ଦୁରତ୍ୱକୁ କଡାକଡିଭାବେ ଗୁରୁତ୍ୱ ଦିଆଯାଇ ଏହି ଯାତ୍ରା ସମ୍ପନ୍ନ କରାଯିବାକୁ ନିଷ୍ପତି ହୋଇଛି ।ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତାରେ ସେବାୟତମାନଙ୍କୁ ନେଇ ଆଲୋଚନା ହୋଇଥିଲା ।ପରମ୍ପରା ମୁତାବକ ଚନ୍ଦନଯାତ୍ରା ହେବ ,ମହାପ୍ରଭୂଙ୍କର ଚଳନ୍ତିପ୍ରତିମା ବିମାନରେ ଆସି ନରେନ୍ଦ୍ର ପୁସ୍କରଣୀରେ ଚାପକୁ ବିଜେକରିବେ ।ଦିନରୁ ଚାପଖେଳିସାରି ସନ୍ଧ୍ୟାରେ ମନ୍ଦିରକୁ ବିଜେ କରିବେ । ୨୧ଦିନଧରି ମହାପ୍ରଭୂ ବାହାର ଚାପ ଓ ୨୧ଦିନ ଭିତର ଚାପ ମଧ୍ୟ ଅନୁଷ୍ଠିତ ହେବ ।କିନ୍ତୁ ଚାପ ଦେଖିବାପାଇଁ ଭକ୍ତମାନଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ନିଷ୍ପତି ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.