ଘରକୁ ଘର ବୁଲି ସଚେତନ କରୁଛନ୍ତି କୈାଶଲ୍ୟା

0 211

ମେଣ୍ଡାଶାଳ,୧୯/୪(ଏସ୍‌ଏସ୍‌ନିୟୁଜ)ମେଣ୍ଢାଶାଳଠାରେ କାର୍ଯ୍ୟରତ ଅଦିତାମହିଳାଗୋଷ୍ଠୀ ସଦସ୍ୟାମାନଙ୍କଦ୍ୱାରା ଗ୍ରାମିଣ ମହିଳାମାନଙ୍କୁ ମହାମାରି କରୋନା ଭାଇରସ ବିଷୟରେ ସଚେତନ କରାଯାଉଛି ।କେବଳ ସଚେତନ ନୁହେଁ ଏହାସହିତ ମାସ୍କ ପିନ୍ଧିବାର ଆବସ୍ୟକତାକୁ ଉପଲବ୍ଧ କରାଇବା ସହ ମହିଳାମାନଙ୍କୁ ମାକ୍ସ ବଂଟନ କରୁଛନ୍ତି ।ଘରକୁଘର ଯାଇ ଏହି ସଚେତନତାର ବାର୍ତା ପ୍ରଦାନ କରୁଛନ୍ତି ଚନ୍ଦକା ଅଂଚଳର ଗୋଷ୍ଠୀ ସଂଚାଳିକା କୈାଶଲ୍ୟା ବଳିୟାରସିଂ । ଏହି କାର୍ଯ୍ୟରେ ତାଙ୍କର ସହାୟକ ସାଜିଛନ୍ତି ଟିକିନା ସାହୁ ।କରୋନା ରୋଗ ନବ୍ୟାପିବା ପାଇଁ ରାଜ୍ୟ ଓ କେନ୍ଦ୍ରସରକାର ଙ୍କ ତାଲାବନ୍ଦ ସମୟରୁ ସଚେତନ କାର୍ଯ୍ୟ ଆରମ୍ଭ କରିଛନ୍ତି କୈାଶଲ୍ୟା । ପରିବାରକୁ ପରିଚାଳନା କରିଥାନ୍ତି ମହିଳା ।ପ୍ରଥମେ ମହିଲାମାନେ ସଚେତନ ହେବାର ଆବଶ୍ୟକତା ରହିଥିବାର ଉପଲବ୍ଧ କରି କୈାଶଲ୍ୟା ଘରକୁଘର ଯାଇ ମହିଲାମାନଙ୍କୁ ସଚେତନ କରାଊଛନ୍ତି । ହାତକୁ ପରିସ୍କାର ରଖିବା,କାମନଥିଲେ ବାହରକୁ ନଯିବା, ପରିବାର ସଦସ୍ୟମାନେ ଦୁରତା ରଖି ଚଳପ୍ରଚଳ ହେବା,ଘରଚାରିପଟ ପରିସ୍କାର ରଖିବା ଏବଂ ସର୍ବୋପରି ଘରସଦସ୍ୟମାନେ ମାକ୍‌୍ସ ବ୍ୟବହାର କରିବା ଉପରେ ବୁଝାଇଥିଲେ । ନିଜେ ତିଆରି କରିଥିବା ମାକ୍ସ ପ୍ରତ୍ୟେକ ପରିବାରକୁ ବଂଟନ କରୁଛନ୍ତି । ଏହିକାର୍ଯ୍ୟକ୍ରମ ତାଲାବନ୍ଦ ଥିବା ପର୍ଯ୍ୟନ୍ତ କରାଯିବ ବୋଲି ବଳିୟାରସିଂ କହିଛନ୍ତି । କରୋନା ପ୍ରତି ସଚେତନ ହେଲେ ସମାଜ ସୁସ୍ଥ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.