ବିରାଜମାନ କଲେ ମା ଗଜଲକ୍ଷ୍ମୀ

ରଘୁନାଥପୁରରେ ମା ଗଜଲକ୍ଷ୍ମୀପୂଜା
ଭୁବନେଶ୍ୱରବ୍ଲକ ଅନ୍ତର୍ଗତ ରଘୁନାଥପୁରରେ ମା ଗଜଲକ୍ଷ୍ମୀପୂଜା ୟୁଥ୍ କ୍ଲବ୍ ତରଫରୁ ଚଳିତବର୍ଷ ମହସମାରୋହରେ ମାଙ୍କପୂଜା ଆରମ୍ଭ ହୋଇଛି।୩୪ବର୍ଷରେ ପଦାର୍ପଣ କରିଥିବା ଏହି ପୂଜାସବର ପ୍ରତ୍ୟହ ରାତିରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି।ଏକ ବିରାଟ ପଟୁଆରରେ କଳସ ଯାତ୍ରା କରାଯାଇ ମାଙ୍କ ମଣ୍ଡପପାଖକୁ ଅଣାଯାଇଥିଲା।ଏହାପରେ ପୂଜା ଆରମ୍ଭ କରାଯାଇଥିଲା।ପ୍ରତ୍ୟହ ସନ୍ଧ୍ୟା ସମୟରେ ଆଖପାଖରୁ ଭକ୍ତମାନଙ୍କ ଭିଡ଼ ମାଙ୍କ ଦର୍ଶନ ପାଇଁ ଲାଗିରହିଥିବାର ଦେଖିବାକୁ ମିଳିଛି।ସନ୍ଧ୍ୟା ହେବା ମାତ୍ରେ ସୁସଜ୍ଜିତ ରଙ୍ଗବେରଙ୍ଗର ଆଲୋକମାଳ ବେଶ୍ ଆକର୍ଷଣୀୟ ସାଜିଛି।

ବାରଙ୍ଗବ୍ଳକ ଅନ୍ତର୍ଗତ କୁହ୍ନେଇଁପଡା ଗ୍ରାମ ପଂଚାୟତର ବ୍ରାହ୍ମଣୀଗାଁରେ ବହୁ ଆଡମ୍ବରପୂର୍ଣ୍ଣ ଭାବରେ ପୂଜା ପାଉଛନ୍ତି ମା ଗଜଲକ୍ଷ୍ମୀ। ଚଳିତ ବର୍ଷ ବ୍ରାହ୍ମଣୀ ଗାଁ ପୂଜାକମିଟି ଦ୍ବାଦଶବାର୍ଷିକ ମା ଗଜଲକ୍ଷ୍ମୀଙ୍କର ପୂଜା ହେଉଥିବାରୁ ଗ୍ରାମ ଉତ୍ସବ ମୁଖର ହୋଇଉଠିଛି । ଏହି ପୂଜାମଣ୍ଡପରେ ମା ଗଜଲକ୍ଷ୍ମୀଙ୍କର ୫ ଦିନ ବ୍ୟାପି ପୂଜା କରାଯିବାର ଗ୍ରାମ୍ୟ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଦିନ କଳସଯାତ୍ରା କରାଯାଇ ମଣ୍ଡଳ ସ୍ଥାପନ,ଅଙ୍କୁରାରୋପଣ,ପୂଜାରମ୍ଭ କରାଯା ଇଛି। ମଙ୍ଗଳବାର ଓ ବୁଧବାରଦିନ ସୂର୍ଯ୍ୟପୂଜା, ଗୀତାପାଠ, ଅଗ୍ନିସ୍ଥାପନ କରାଯାଇ ଯଜ୍ଞ ଆରମ୍ଭ ହୋଇଛି। ଗୁରୁବାର ଦିନ ଗୋପୂଜା ଓ ଯଜ୍ଞ ପୁର୍ଣ୍ଣାହୁତି କରାଯାଇ ଶୁକ୍ରବାରଦିନ ମାଙ୍କ ଭଷାଣଉତ୍ସବ ହେବ ବୋଲି ବ୍ରାହ୍ମଣୀଗାଁ ପୂଜାକମିଟି ସଦସ୍ୟ ମାନେ ସୂଚନା ଦେଇଛନ୍ତି । ମା ଗଜଲକ୍ଷ୍ମୀଙ୍କର ପୂଜାରେ ଉମେଶ ଚନ୍ଦ୍ର ସ୍ବାଇଁ ଓ ତାଙ୍କର ସହଧର୍ମିଣୀ ସସ୍ମିତା ସ୍ବାଇଁ କର୍ତ୍ତାକର୍ତୀ ହୋଇଥିବା ବେଳେ ପୂଜାମଣ୍ଡପ ନିକଟରେ ପ୍ରତ୍ୟେକଦିନ ପ୍ରସାଦ ସେବନ ସହିତ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି ।ଏହା ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଛି । ଏହି ପୂଜାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରିଥିବାର ଦେଖିବାକୁ ମିଳିଛି।


ମେଣ୍ଢାଶାଳରେ ମା ଗଜଲକ୍ଷ୍ମୀ ପୂଜା ମେଣ୍ଢାଶାଳରେ ପ୍ରତିବର୍ଷ ଭଳି ଚଳିତବର୍ଷ ଅଶ୍ୱିନମାସ ଶୁକ୍ଳପକ୍ଷ ପୁର୍ଣିମାତିଥି ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ମେଣ୍ଢାଶାଳ ଗ୍ରାମର ଦୁଲାଦେବୀ ପୀଠ ପରିସରରେ ମାଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ସୋମବାର ଜଳଯାତ୍ରା,ସର୍ବଦେବୀ ଆବାହନ, ମା ଙ୍କର ଚକ୍ଷୁଦାନ, ଆହୁତି ଓ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ସେହିଭଳି ମଙ୍ଗଳବାର ଆଳତି ଓ ପୁଷ୍ପାଞ୍ଜଳି ପ୍ରଦାନ କାର୍ଯ୍ୟକ୍ରମ କରାଯାଇଥିଲା ।ପୂଜାମଣ୍ଡପ ଠାରେ ଭକ୍ତ ଓ ବିଶେଷକରି କୁମାରୀ ମାନଙ୍କ ବେଶ ଭିଡ଼ ଜମିଥିଲା।ମେଣ୍ଢାଶାଳ ମା ଗଜଲକ୍ଷ୍ମୀପୂଜା କମିଟି ସଭ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମା ଗଜଲକ୍ଷ୍ମୀପୂଜା ବେଶ ଧୁମଧାମରେ ଆୟୋଜିତ ହୋଇଯାଇଛି।

ନନ୍ଦନକାନନ ବଜାରକମିଟି ତରଫରୁ ସବୁବର୍ଷ ଭଳି ଏଥର ମାଙ୍କ ପୂଜା ଧୁମଧାମର ସହ ଅନୁଷ୍ଟିତ ହୋଇଯାଇଛି।କମିଟି ସଭାପତି ସନ୍ତୋଷ କୁମାର ରାଉତଙ୍କ ତତ୍ଵାବଧାନରେ ସମସ୍ତ ସଦସ୍ୟଙ୍କ ସହଯୋଗରେ ଅନୁଷ୍ଟିତ ଏହି ପୂଜାସବରେ ବରିଷ୍ଟ ସଦସ୍ୟ ପ୍ରସନ୍ନ ପ୍ରଧାନ କର୍ତ୍ତା ଭାବେ ଯୋଗଦେଇ ମାଙ୍କ ପୁଜାର୍ଜନା କରିଥିଲେ।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.