ବିରୋଧାଭାଷ ପାଲଟିଛି ନିର୍ବାଚନୀ ରାଲି

ଖବର ଆଜିରତାରିଖ ୦୮-୦୪-୨୦୨୧/ ଗୁରୁବାର

0 288

୧-ଦ୍ରୁତ ଗତିରେ କରୋନା ମାଡ଼ୁ ଥିବା ବେଳେ ବିରୋଧାଭାଷ ପାଲଟିଛି ନିର୍ବାଚନୀ ରାଲି । ରାଜନୈତିକ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ ।
୨-ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ଆଜି ଠାରୁ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ
୩-ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଣ ଜାରି ରହିବ : ହର୍ଷବର୍ଦ୍ଧନ ।
୪-ପରୀକ୍ଷା ପେ ଚର୍ଚ୍ଚା: ପରୀକ୍ଷା ସମୟରେ ମନରେ ଆସୁଥିବା ଡରକୁ ଦୂର କରିବାର ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ।
୫-କୋଟିଆ ଗ୍ରାମପୁଞ୍ଜରେ ୧୪୪ ଧାରା ଜାରି । ପ୍ରତି ଗାଁ ଦାୟିତ୍ୱରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ୍ ।‌
୬–ରାଜ୍ୟରେ ବଢୁଛି କରୋନା ସଂକ୍ରମଣ : ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ, ସଂକ୍ରମଣକୁ ଦୃଷ୍ଟିରେ ରଖି ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ ।
୭-କରୋନା ମୁକାବିଲା ପ୍ରସ୍ତୁତି: ରାଜ୍ୟର ସମସ୍ତ କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ ରଖ, ଜିଲ୍ଲାପାଳ ଓ ସିଡିଏମଓଙ୍କୁ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
୮-ଋଷ ବିଦେଶ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର, ପୁତିନଙ୍କ ଯାତ୍ରା ନେଇ ପ୍ରସ୍ତୁତି ଉପରେ ଚର୍ଚ୍ଚା ।
୯-ଆସନ୍ତା ୯ରେ ଡ. ହରେକୃଷ୍ଣ ମହତାବଙ୍କ ରଚିତ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ .
୧୦-କାରରେ ଏକୁଟିଆ ଯାତ୍ରା କଲେ ବି ମାସ୍କ ପିନ୍ଧିବା ଜରୁରୀ: ଦିଲ୍ଲୀ ହାଇକୋର୍ଟ ।
୧୧-ମୋର ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ୨କୋଟି ମାଗିଥିଲେ ଅନିଲ ଦେଶମୁଖ : ସଚିନ ଭାଜେ ।
୧୨-ଡିଜିଟାଲ ଓ୍ବାଲେଟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିହେବ, ରିଜର୍ଭ ବ୍ୟାଙ୍କର ଘୋଷଣା ।
୧୩-ପିପିଲି ଉପନିର୍ବାଚନ; ବିଜେଡି ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ବିଜେପି ରାଲିରେ ଯୋଗଦେବେ ଧର୍ମେନ୍ଦ୍ର ।
୧୪-ଅପହୃତ ଯବାନଙ୍କ ଫଟୋ ଜାରି କଲେ ମାଓବାଦୀ ।
୧୫-ରବିଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଞ୍ଜୀକରଣ ସମୟସୀମା ଅପ୍ରେଲ ୧୦କୁ ବୃଦ୍ଧି ।
୧୬-କରୋନା ଟିକା ଅଭାବ, ବନ୍ଦ ହେଲାଣି ୪୦୦ ଟିକାଦାନ କେନ୍ଦ୍ର, ୭ ଦିନ ପାଇଁ ୧୫ ଲକ୍ଷ ଟିକା ଦେବାକୁ କେନ୍ଦ୍ରକୁ ରାଜ୍ୟର ଦାବି ।
୧୭-ଏପ୍ରିଲ୧୧ରୁ କାର୍ଯ୍ୟସ୍ଥଳରେ ଦିଆଯିବ କରୋନା ଟିକା, ପ୍ରସ୍ତୁତି ଲାଗି ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ।
୧୮-ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଆଲୋଚନା । କେନ୍ଦ୍ରମନ୍ତ୍ରୀ କହିଲେ, ସ୍ୱଚ୍ଛ ଓ ସବୁଜ ଉର୍ଜା ଆପଣାଇବା ଦିଗରେ ଉଭୟ ଦେଶ ସହଯୋଗୀ ହେବେ ।
୧୯-ମୁସଲିମଙ୍କୁ ଭୋଟ୍ ଦେବାକୁ ଅପିଲ୍ କରି ଫସିଲେ ମମତା ବାନାର୍ଜୀ, ୪୮ ଘଣ୍ଟା ଭିତରେ ଜବାବ ମାଗିଲେ ନିର୍ବାଚନ ଆୟୋଗ ।
୨୦-ସଂକ୍ରମିତ ଜିଲ୍ଲାରେ ସରକାରୀ ଅଫିସକୁ ସାଧାରଣ ଲୋକଙ୍କୁ ମନା । ସାମ୍ନାସାମ୍ନିି ବୈଠକ ଉପରେ କଟକଣା । ବିଏମସି ଓ ବିଡିଏ କାର୍ଯ୍ୟାଳୟ ଯାଇପାରିବେନି ଲୋକେ । ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.