ବିଶୋଧନ ହେଲା ଏସପି ଅଫିସ

0 365

ଖୋର୍ଦ୍ଧା ,୬/୮(ଏସ୍‌.ଏସ୍‌.ନିୟୁଜ)ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ବାଇଁଙ୍କ ରାପିଡ୍ ଟେଷ୍ଟ ପରେ କୋଭିଡ ପଜେଟିଭ ଥିବାର ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ବିଭାଗ ।ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଷରେ ଆସିଥିବା ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେନଟାଇନରେ ରହିବାକୁ କୁହାଯାଇଛି । କେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।ତେବେ ଏସପିଙ୍କୁ କରୋନା ହେବା ପରେ ଜିଲ୍ଲା ପୁଲିସ କର୍ମଚାରୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି । ଏହାପରେ ଖୋର୍ଦ୍ଧା ଅଗ୍ନିଶମ ବିଭାଗ ଦ୍ବାରା ଏସପି ଅଫିସ ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି ।

Leave A Reply

Your email address will not be published.