ଭୁବନେଶ୍ୱର, ୬/୮(ଏସ୍.ଏସ୍.ନିୟୁଜ)ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁଙ୍କର ସ୍ୱାବ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଜିଲ୍ଲା ପୁଲିସ ମୁଖ୍ୟାଳୟର ଜଣେ କର୍ମଚାରୀ ସଂକ୍ରମିତ ହୋଇଥିଲେ । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା ବେଳେ ଏସପି ଶ୍ରୀସ୍ୱାଇଁଙ୍କର କରୋନା ପଜିଟିଭ୍ ଥିବା ଜଣାପଡିଛି ।