ବିସ୍ଫୋରଣରେ ଧରାଶାୟୀ ହୋଇପଡିଛି ବଳଙ୍ଗା ଥାନା

0 183

ପିପିଲି,୨୮/୯(ଏସଏସନିୟୁଜ) ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଜବତ ହୋଇଥିବା ବାଣ ଓ ବୋମା ଫୁଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିବାବେଳେ ଥାନାର ଛାତ ଉଡ଼ିଯିବା ସହିତ କାନ୍ଥ ଭୁଶୁଡ଼ି ପଡିଛି । ଆଇଆଇସି ଅଫିସ, ହାଜତ ସମେତ ସବୁ ମାଟିରେ ମିଶିଯାଇଛି ।ତେବେ ଡ୍ୟୁଟିରେ ଥିବା ଥାନା କର୍ମଚାରୀ ମାନେଅଳ୍ପକେ ବର୍ତ୍ତିଯାଇଛନ୍ତି । ଥାନାର ଆସବାପତ୍ର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି । ଖବରପାଇ ଆଜି ସକାଳୁ ଘଟଣାସ୍ଥଳରେ ପୁରୀ ଏସପି ଓ ପିପିଲି ଏସଡିପିଓଙ୍କ ସହ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

Leave A Reply

Your email address will not be published.