ବିଶ୍ବର ସବୁଠୁ ବଡ଼ ଟିକାକରଣ ଡ୍ରାଇଭ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

0 297

ଭୁବନେଶ୍ବର,୧୬୧(ସତ୍ୟସନ୍ଧାନ ଡେସ୍କ)କୋରୋନା ଟିକା ଆସିଯାଇଛି, ସମସ୍ତଙ୍କୁ ଆଜିର ଦିନକୁ ଅପେକ୍ଷା ଥିଲା, କମ ସମୟ ମଧ୍ୟରେ ଟିକା ପ୍ରସ୍ତୁତ କରାଯାଇଛି ବୋଲି ବିଶ୍ବର ସବୁଠୁ ବଡ଼ ଟିକାକରଣ ଡ୍ରାଇଭ୍‌ର ଶୁଭାରମ୍ଭ କରି  ପ୍ରଧାନମନ୍ତ୍ରୀ ମୋଦି ଏହା କହିଛନ୍ତି । ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଲେଯେ କୋରୋନା ଟିକାର ପ୍ରଥମ ହକ୍‌ଦାର କୋରୋନା ଯୋଦ୍ଧା, ୩ କୋଟି କୋରୋନା ଯୋଦ୍ଧା ନେବେଏହି ଟିକା । ଟିକାର ୨ଟି ଡୋଜ୍ ବହୁତ ଜରୁରୀ, ପ୍ରଥମ ପର୍ଯ୍ୟାୟରେ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ, ଟିକା ନେବା ପରେ ସତର୍କତା ଅବଲମ୍ବନ କରିବା ଜରୁରୀ, ବିଶ୍ବର ୬୦% ଶିଶୁଙ୍କୁ ମିଳୁଥିବା ଜୀବନ ରକ୍ଷକ ଟିକା ଭାରତରେ ହୁଏ, ଭାରତରେ ହୋଇଥିବା ଟିକା ବହୁତ ଶସ୍ତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
୧୦ ମାସରେ ଦେଶରେ ୨୩୦୦ କୋରୋନା ଟେଷ୍ଟିଂ ଲ୍ୟାବ୍ ହୋଇଛି, ଦେଶ ଆତ୍ମନିର୍ଭର ହୋଇ କୋରୋନା ବିରୋଧରେ ଲଢ଼ିଛି, କୋରୋନା କାଳରେ କୋରୋନା ଯୋଦ୍ଧା ଆମକୁ ଆଶା ଦେଇଥିଲେ, ବହୁ କୋରୋନା ଯୋଦ୍ଧା ନିଜ ଘରଠୁ ଦୂରରେ ରହି କାମ କରିଛନ୍ତି।ବହୁ କୋରୋନା ଯୋଦ୍ଧା ନିଜ ଘରକୁ ଫେରି ପାରିଲେ ନାହିଁ । ୩୦ ଜାନୁଆରିରେ ଦେଶରେ ପ୍ରଥମେ କୋରୋନା ଚିହ୍ନଟ ହୋଇଥିଲା।ମାତ୍ର ୧୭ ଜାନୁଆରିରେ ଭାରତ ପ୍ରଥମ ଆଡ୍‌ଭାଇଜରି ଜାରି କରିଥିଲା ବୋଲି ତାଙ୍କ ଉଦବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.