ସାବଧାନ ! କାର ପଛରେ ବସି ସିଟ୍ ବେଲ୍ଟ ନପିନ୍ଧିଲେ

0 297

ଆଜିର ଖବର,ତାରିଖ – ୧୬-୦୧-୨୦୨୧(ଶନିବାର)
୧. ଏଣିକି ସ୍କୁଲ୍‌ରେ ଅନ୍‌ଲାଇନ୍ ନାମଲେଖା । ୧ କିମି ଭିତରେ ପିଲା ନ ମିଳିଲେ ଲଟେରି ହେବ ।
୨. ଏବିପିର ‘ଦେଶ୍ କା ମୁଡ୍‌’ ସର୍ଭେ : ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ପ୍ରଥମ ୧୦ ଜଣଙ୍କ ମଧ୍ୟରୁ ଅଣ-ବିଜେପିର ୭ ମୁଖ୍ୟମନ୍ତ୍ରୀ,ପ୍ରଧାନମନ୍ତ୍ରୀ ଭାବେ ୬୦% ଲୋକଙ୍କ ପସନ୍ଦ ମୋଦୀ ।
୩. ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲା : ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରାଙ୍କୁ ଗିରଫ କଲା ସିବିଆଇ ।
୪. ପରୀ ମାମଲାରେ କୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ପ୍ରସଙ୍ଗ : ସରକାରଙ୍କ ଚିଠି ପାଇନାହାନ୍ତି ହାଇକୋର୍ଟ । ନଭେମ୍ବର ୨୮ ତାରିଖରେ ଚିଠି ଲେଖିଥିଲା ଗୃହ ବିଭାଗ, ଜାନୁଆରି ୬ରେ ହାଇକୋର୍ଟ ଜଣାଇଲେ ଉତ୍ତର ।
୫. ଇସ୍ପାତ ରାଜଧାନୀର ବିକାଶ ଯୋଜନା ଅଧୁରା : ଜମି ଅଧିଗ୍ରହଣରେ ଅଟକିଛି ୫ଶହ କୋଟି ଟଙ୍କାର ପ୍ରକଳ୍ପ ।
୬. ଫିଲିଫାଇନ୍ସ ବିୟୁଟି କୁଇନଙ୍କୁ ଗଣବଳାତ୍କାର ପରେ ହତ୍ୟା ।
୭. ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଶ୍ରୀୟା ମେଟାଲିକ ଏଣ୍ଡ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ରାତିରେ ନିଆଁ ଲାଗିଯାଇଥିଲା ।
୮. ହୋଇପାରୁ ନାହିଁ ସମାଧାନ, ପୁଣି ଜାନୁୟାରୀ ୧୯ ତାରିଖରେ ହେବ ସରକାର ଏବଂ ଚାଷୀ ମଧ୍ୟରେ ଆଲୋଚନା ।
୯. ଶନିବାର କେବଳ ତିନି ବୋଲରଙ୍କ ସହିତ ପଡିଆକୁ ଓହ୍ଲାଇପାରେ ଭାରତ, ଫାଇଦା ଉଠାଇବ ଅଷ୍ଟ୍ରେଲିଆ: ରିକି ପଣ୍ଟିଂ।
୧୦. କୋରନା ଟିକାକରଣ ପାଇ ସାରା ଦେଶରେ ହେଲା ୩ ହଜାର ୬ ଶହ କେନ୍ଦ୍ର, ସ୍ବାସ୍ଥ୍ୟ ମନ୍ତ୍ରୀ କଲେ ସମୀକ୍ଷା ।
୧୧. ବ୍ରିସବେନରେ ମଧ୍ୟ ସିରାଜଙ୍କୁ ଛାଡ଼ିଲେ ନାହିଁ ଅଷ୍ଟ୍ରେଲିଆ ଦର୍ଶକ ।
୧୨. ଏୟାର ଲାଇନ୍ ମେନ୍ୟୁରୁ ବାଦ୍ ପଡ଼ିଲା ଚିକେନ, ଅଣ୍ଡା ଡିଶ୍ ।
୧୩. ସାବଧାନ ! କାର ପଛରେ ବସି ସିଟ୍ ବେଲ୍ଟ ନପିନ୍ଧିଲେ, ବାଇକ୍‌ର ସାଇଡ୍ ମିରର ନଥିଲେ କଟିବ ଚାଲାଣ ।
୧୪. କୃଷକଙ୍କ ପାଇଁ ନୂଆ କ୍ୟାମ୍ପେନ ଆରମ୍ଭ କଲେ ରାହୁଲ ଗାନ୍ଧୀ ।
୧୫. ସଚିନଙ୍କ ପୁଅ ଅର୍ଜୁନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଅର୍ଜୁନଙ୍କ ପାଇଁ ଖୋଲିଲା ଆଇପିଏଲ ଗେଟ୍ । ଆଇପିଏଲ ନିଲାମ ପ୍ରକ୍ରିୟା ପାଇଁ ଯୋଗ୍ୟତା ହାସଲ କଲେ ଅର୍ଜୁନ ।
୧୬.ଅନ୍ତର୍ଜାତୀୟ ତୈଳ ଏବଂ ଗ୍ୟାସ କମ୍ପାନୀ ଟୋଟାଲ୍ ଏଲପିଜି ବିତରଣ କରିବାକୁ ବାଣିଜ୍ୟ କ୍ଷେତ୍ରରେ ପ୍ରବେଶ କରିଛି। ଖୋର୍ଦ୍ଧା ଜିଲା ପାଇଁ କମ୍ପାନୀ ପକ୍ଷରୁ ‘ଆବସୋଲ୍ୟୁଟ୍ ଟୋଟାଲ୍’କୁ ସୀକୃତୀପ୍ରାପ୍ତ ବିତରକ(ଡିଷ୍ଟିବ୍ୟୁଟର) ଭାବେ ନିଯୁକ୍ତ କରାଯାଇଛି ।
୧୭. ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କୌଣସି ଦଳ ସହିତ ଗଠବନ୍ଧନ ନ କରି ଏକାକୀ ଲଢ଼ିବ ବହୁଜନ ସମାଜ ପାର୍ଟି ।
୧୮. ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା, ଓଡ଼ିଶୀ ନୃତ୍ୟାଭିନୟରେ ଦର୍ଶକ ବିଭୋର ।
୧୯. ଆଇପିଏଲ ୨୦୨୧ର ପ୍ରସ୍ତୁତି ବହୁ ପୂର୍ବରୁ ଆରମ୍ଭ ହୋଇ ଯାଇଛି । ଏବେ ଆଠ ଫ୍ରାଞ୍ଚାଇଜିକୁ ଜାନୁଆରୀ ୨୦ ସୁଦ୍ଧା ରିଟେନ୍ କରୁଥିବା ଖେଳାଳିଙ୍କ ତାଲିକା ଦେବା ପ୍ରକ୍ରିୟା ପୂରା କରିବାକୁ ପଡିବ ।
୨୧. ଭାରତର କୋଭିଡ ପରିଚାଳନାରେ ମୋଦୀ ନୀତିକୁ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠିର ପ୍ରଶଂସା । ଆଇଏମଏଫ ମୁଖ୍ୟ କହିଲେ, ଅର୍ଥନୀତିକୁ ଦ୍ରୁତ ବିକାଶ ପଥରେ ଆଗେଇ ନେବାକୁ ଜାରି ରହୁ ପ୍ରୟାସ।
୨୨. ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଓଡିଶାରୁ ଆରମ୍ଭ ହେଲା ଅଭିଯାନ, ସାମିଲ ହେଲେ ଏହି ସବୁ ବିଶିଷ୍ଟ ବ୍ୟକ୍ତି ।
୨୩. ଓଡ଼ିଶାରେ ଶୁକ୍ରବାର ୨୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନାରୁ ମୁକ୍ତ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩,୨୯,୦୮୮ରେ ପହଞ୍ଚିଛି ।
୨୪. ଫୁଟବଲରୁ ଅବସର ନେଲେ କିମ୍ବଦନ୍ତୀ ଫୁଟବଲର ଓ୍ବେନ୍ ରୋନୀ, ଡର୍ବି କାଉଣ୍ଟିର ପ୍ରବନ୍ଧକ ଭାବେ ନେଲେ ଦାୟିତ୍ବ ।
୨୫. ଭାରତ ଚୀନ୍ ବିବାଦ ମଧ୍ୟରେ ବେଜିଂକୁ ସେନା ମୁଖ୍ୟଙ୍କ କଡା ଚେତାବନୀ । ୭୩ତମ ସେନା ପ୍ରତିଷ୍ଠା ଦିବସରେ କହିଲେ, ଧୈର୍ଯ୍ୟର ପରୀକ୍ଷା ନନେଉ ଚୀନ୍ ।
୨୬. ସାଇବର ଠକେଇ ଜାଲରେ ବରିଷ୍ଠ ସାମ୍ବାଦିକା ନିଧି ରାଜଦାନ୍ ।
୨୭. କଳା କୃଷି ଆଇନ ପ୍ରତ୍ୟାହାର ଦାବି, ଦିଲ୍ଲୀ ଗଲେ ଓଡ଼ିଶାର ୫୦୦ କୃଷକ ।
୨୮. କରୋନା ଟିକା ସହ ଫଟୋ ଉଠାଇଲେ ଡାକ୍ତର, ଭ‌ାଇରାଲ ହେଲା ଫଟୋ, ସ୍ବାସ୍ଥ୍ୟ ବିଭାଗର ତନାଘନା ।
୨୯. କନ୍ଧମାଳ ଦଙ୍ଗା କ୍ଷତିପୂରଣ ମାମଲା : ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର ।
୩୦. କରୋନା ବେଳେ ଆସିଛି ବିପୁଳ ପୁଞ୍ଜି: ମୁଖ୍ୟମନ୍ତ୍ରୀ । ବିକଶିତ ଓଡ଼ିଶା ପାଇଁ ଆମକୁ ସଂପତ୍ତି ସୃଷ୍ଟି କରିବାକୁ ହେବ; ସମ୍ପନ୍ନ ହେଲେ ହିଁ ସ୍ବାଭିମାନ ସମ୍ଭବ: ଧର୍ମେନ୍ଦ୍ର । ତିନି ବର୍ଷରେ ୧୦ ଜଳସେଚନ ପ୍ରକଳ୍ପ କାମ ଶେଷ ହେବ: ଅସିତ । ନବୀନ ଓ ଧର୍ମେନ୍ଦ୍ର ଆମ ରାଜ୍ୟର ୨ ଅପ୍ରତିଦ୍ବନ୍ଦ୍ବୀ ବ୍ରାଣ୍ଡ୍‌: ସୌମ୍ୟରଂଜନ ।
୩୧. ଆଜିଠୁ ବିଶ୍ବର ସବୁଠୁ ବଡ଼ ଟିକାକରଣ ଆରମ୍ଭ
କରୋନା ଟିପ୍ସ୍ : କଠିନ ସମୟରେ ଅଧିକ ସତର୍କତା ଆବଶ୍ୟକ, କରୋନା ବଢୁଛି ଆମେ ସତର୍କ ରହିବା, ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରଖିବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ।

ସୁପ୍ରଭାତ , ବନ୍ଧୁଗଣ ??

Leave A Reply

Your email address will not be published.