ବିଜେଡିର ବରିଷ୍ଠନେତାଙ୍କୁ ପର୍ଯ୍ୟବେକ୍ଷକ

0 157

ଭୁବନେଶ୍ୱର,୧୮/୮(ଏସଏସନିଉଜ) ବିଜେଡିର ବରିଷ୍ଠ ନେତାମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଦିଆଯାଇଛି । ଏନେଇ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି ।ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଦାୟିତ୍ୱ । ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଦାୟିତ୍ବ ଦିଆଯାଇଛି। ପ୍ରମିଳା ମଲ୍ଲିକଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି , ଦେବୀପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ, ମହେଶ୍ୱର ମହାନ୍ତିଙ୍କୁ ମୟୂରଭଞ୍ଜ, କେନ୍ଦୁଝର , ପ୍ରତାପ ଜେନାଙ୍କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଆଦି ୭ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଚି ।ତେବେ ୩୦ଟି ଜିଲ୍ଲାପାଇଁ ୬ଜଣ ବରିଷ୍ଟ ନେତାଙ୍କୁ ବିଜେଡି ସୁପ୍ରିମୋ ଦାୟିତ୍ୱ ପ୍ରଦାନ କରିଛନ୍ତି ।

 

Leave A Reply

Your email address will not be published.