ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ 

0 161

ଭୁବନେଶ୍ବର,୨୯ା୬(ଏସଏସନିଉଜ) ରାତିଅଧରେ ରାଜଧାନୀ ଅଶାନ୍ତ ହୋଇପଡିଛି ।ବୁଧବାର ରାତିଅଧରେ ରାଜଧାନୀରେ ଗର୍ଜିଛି ବନ୍ଧୁକ।ଗୁଳିମାଡରେ କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଝାରପଡ଼ାର ଶିଖର ଜେନା ଓ ତାଙ୍କ ସାନ ପୁଅ ଆଲୋକ ଜେନା ଓରଫ ରିଙ୍କୁ ଆହତ ହୋଇଛନ୍ତି ।ଶିଖରଙ୍କ ବାମଗୋଡ଼ ଆଣ୍ଠୁ ତଳେ ଓ ରିଙ୍କୁଙ୍କ ଡ଼ାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି।ଆହତଙ୍କୁ ଚିକିସ୍‌ାପାଇଁ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି ।ଏହିଘଟଣାରେ ଲକ୍ଷ୍ମୀସାଗରଥାନା ପୁଲିସ ଦୁଇଜଣଙ୍କୁ ଅଟକ ରଖିବାସହ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ରାତି୧୧ଟା ସମୟରେ ଶିଖର ଜେନାଙ୍କ ବଡ଼ପୁଅ ଦୀପକ ଘରକୁ ଫେରୁଥିବାବେଳେ ପ୍ରଜାପତି ମଣ୍ଡପ ନିକଟରେ ପ୍ରଭାତମାର୍ଥା ଓରଫ୍ ଗୁଲ ଓ ତାର କିଛି ସହଯୋଗୀ ରୋକିଥିଲେ ।ଖବରପାଇ ଦାଦା କର୍ପୋରେଟର୍ ଶ୍ରୀଧର ଜେନା ଓ ବାପା ଶିଖର ଜେନା ପୋଲିସକୁ ଜଣାଇ ଘଟଣାସ୍ଥଳରେ ପହଁଚିଥିଲେ ।ସେଠାରେ ପହଁଚି କାହିଁକି ଛାଡୁନ ବୋଲି ପଚାରିଥିଲେ ।ଏହି ସମୟରେ ଗୁଳିମାଡ ହୋଇଥିଲା ।

 

 

Leave A Reply

Your email address will not be published.