ଭୁବନେଶ୍ବର,୧୫।୧୦(ଏସଏସନିଉଜ)ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଘୋଷଣା ହୋଇଛି।ଛୁରିଆଙ୍କ ପାର୍ଥିପତ୍ର ଦାଖଲ ତାରିଖ ଘୋଷଣା ହୋଇନଥିବା ବେଳେ ବିଜେିଡି ଆସନ୍ତାକାଲି ନୂଆପଡ଼ାରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିବାକୁ ଯାଉଛି। ସେହିପରିକଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନିଜର ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି।ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ।ଆସନ୍ତା ନଭେମ୍ବର ୧୧ ତାରିଖ ଦିନ ଭୋଟଗ୍ରହଣ ଥିବାବେଳେ ରାଜନୈତିକ ତତ୍ପରତା ତୀବ୍ର ଦେଖାଯାଇଛି। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ସମସ୍ତେ ଏହି ନିର୍ବାଚନ ରେ ବିଜୟୀ ହେବା ପାଇଁ ଉଦ୍ୟମ ଆରମ୍ଭ କରିବା ଆରମ୍ଭ କଲେଣି।ତେବେ ନୂଆପଡ଼ାବାସୀ କାହା ମୁଣ୍ଡରେ ସୁନା କଳସ ଢ଼ାଲିବେ ବା ଭରସା କରିବେ ତାହା ସମୟ କହିବ।
