ଭୁବନେଶ୍ୱର,୨୧।୯(ଏସଏସନିଉଜ)ବିଜେଡିଦଳରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖର ପରିଡା ।ସୁଧାଂଶୁ ଶେଖର ପରିଡା ରେମୁଣା ବିଧାୟକ ହୋଇଥିବାବେଳେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ା ବିଧାୟକ ଥିଲେ।ଉଭୟଙ୍କୁ ଦଳରୁ ବହିଷ୍କାର ନେଇ ନିଜେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ସୌମ୍ୟରଞ୍ଜନ ପଟ୍ଟନାୟକନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଥିଲେ। ତେବେ ବିଜେଡିରେ ରହି ଦଳ ବିରୋଧରେ କହିବା ମହଙ୍ଗା ସାବ୍ୟସ୍ତ ହୋଇଛି । ଦଳବିରୋଧୀ କାର୍ଯ୍ୟ ଯୋଗୁ ଉଭୟଙ୍କୁ ବହିଷ୍କାର କରାଯାଇଛି ବୋଲି ଜଣାପଡିଛି।
