ବିଜେପିର ଜନସମ୍ପର୍କ ଅଭିଯାନ

0 116

ବାରଙ୍ଗ,୧୧।୬(ଏସଏସନିଉଜ) ମୋଦି ସରକାରଙ୍କ ନଅବର୍ଷ ପୂର୍ତ୍ତି ଅବସରରେ କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ବ୍ରାହ୍ମଣୀସାହି ସ୍ଥିତ ମା ମଙ୍ଗଳ ମନ୍ଦିର ପ୍ରାଙ୍ଗଣରେ ରବିବାର ପୂର୍ବାହ୍ନରେ ଜନସମ୍ପର୍କ ଅଭିଯାନ ଉଡଲକ୍ଷେ ସାଧାରଣସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ମହିଳା ଶିଶୁ ଉନ୍ନତିକରଣ ମନ୍ତ୍ରୀ ମହେନ୍ଦ୍ର ମୁଞ୍ଜପରା ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ନଅବର୍ଷର ଶାସନକାଳରେ ବିଭିନ୍ନ ଉନ୍ନତିମୂଳକକାର୍ଯ୍ୟ ସହ ଅଞ୍ଚଳର ବିକାଶ ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥିଭାବେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ନେତା ଯୁଗାଂଶୁ ଶେଖର ପଣ୍ଡା, ବସନ୍ତରାଉତ, ମହିଳାମୋର୍ଚ୍ଚା ସଭାପତି

ସଂଯୁକ୍ତା ପଢିଆରି, ଯୁବମୋର୍ଚ୍ଚା ସଭାପତି ସନତସାହୁ, ଭଗ୍ୟଶ୍ରୀଜେନା, ବିକାଶସାହୁ, ପ୍ରମୋଦସେନାପତି, ଜିତେନ୍ଦ୍ର ସାସମଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଖପାଖ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଦେଇଥିଲେ।ମନ୍ତ୍ରୀ ଓ ସାଂସଦ ଉପସ୍ଥିତ ଜନସାଧାରଣଙ୍କଠାରୁ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ତୁରନ୍ତ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।ମା ମଙ୍ଗଳ ମନ୍ଦିର ଉନ୍ନତିକରଣ ପାଇଁ ୩ ଲକ୍ଷ ଟଙ୍କା ସହ ପାଞ୍ଚ ପଞ୍ଚାୟତର ବିଭିନ୍ନ ଶୈବପୀଠ ମାନଙ୍କରେ ସ୍ୱଚ୍ଛ ପାନୀୟ ଜଳ ପାଇଁ ଆକ୍ଵା ଗାର୍ଡ ତୁରନ୍ତ ଲଗାଯିବ ବୋଲି ଅତିଥିମାନେ କହିଥିଲେ ।(ଗୌତମରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.