ନିର୍ଦ୍ଦୟୀ ମା ଛୁଆକୁ ନିର୍ଦ୍ଧୁମ ପିଟୁଛି

,ଥାନାରେ ହେଲା ଅଭିଯୋଗ

0 88

ବାରଙ୍ଗ,୧୧।୬(ଏସଏସନିଉଜ) ଚାରିବର୍ଷର ଝିଅଟି ମାର ମାଡକୁ ସହିନପାରି ସାହାରା ପାଇଁ ଥାନାକୁ ଆସୁଥିଲା।ଏଥିରେ ରାଗିଯାଇ ମା ଅମାନୁଷିକ ଭାବେ ପୁଣି ମାଡ଼ମାରି ଚାଲିଥିଲେ।ଏହି ଘଟଣା ବାରଙ୍ଗ ମୁଖ୍ୟ ରାସ୍ତା କଡରେ ହୋଇଥିବାରୁ ସେହିବାଟେ ଯାଉଥିବା ଜଣେ ମହିଳା ଭିଡ଼ିଓ କରି ଆନ୍ତର୍ଜାତୀୟ ମାନବାଧିକାର କମିଶନରଙ୍କ ପାଖକୁ ପଠାଇ ଦେଇଥିଲେ।ଏହାପରେ ଓଡ଼ିଶାସଖାର ସଦସ୍ୟମାନେ ଆସି ବାରଙ୍ଗ ଥାନାରେ ଅଭିଯୋଗ କରିବାସହ ନୃଶଂସି ମା କବଳରୁ ପିଲାଟିକୁ ଉଧାରକରିବାକୁ ନିବେଦନ କରିଥିଲେ।
ପ୍ରକାଶ ଯେ,ରବିବାର ଦିନ ବାରଙ୍ଗ ମୁଖ୍ୟରାସ୍ତା କଡ଼ରେ ବାରଙ୍ଗ ଥାନାଠାରୁ ଅଳ୍ପଦୁର ରାସ୍ତାକଡରେ ଜଣେ ମହିଳା ତାର ଛୋଟ ପିଲାକୁ ଶୁଆଇ ଅନ୍ୟ ୪ବର୍ଷର ପିଲାକୁ କୌଣସି କାରଣ ନେଇ ମାଡ଼ ମରିଛି।ପିଲାଟି ମାଡ଼ ସହିନପାରି ଥାନାକୁ ଦୌଡ଼ି ଆସିବାରୁ ପୁଣି ତାକୁଧରିନେଇ ନୃଶଂସି ମା ଅମାନୁଷିକ ଭାବେ ମାଡ଼ ମରିଛି।

ପିଲାଟିର ଆଙ୍ଗୁଠିକୁ କାଠିରେ ଚାପି ପିଟି ଚାଲିଥିଲେ। ସେ ବାଟ ଦେଇ ଯାଉଥିବା ଜଣେ ମହିଳା ତାକୁ ଦେଖି ବାରଣ କଲା ପରେ ମଧ୍ୟ ସେ ତାଙ୍କୁ କହିଲା ଏ ଝିଅ ମୋ ନାଁରେ ଥାନାକୁ ଅଭିଯୋଗ କରିବାକୁ ଯାଉଛି,ମୋ ଝିଅ,ମୁଁ ତାକୁ ମାରିବି ତୁମର କଣ ଅଛି ବୋଲି କହିଥିଲେ।ଏହାପରେ ମହିଳା ଜଣଙ୍କ ସେ ସମୟର ଭିଡ଼ିଓକୁ ଉତ୍ତୋଳନ କରି ଆନ୍ତଜାତୀୟ ମାନବିଧିକାର କମିଶନର ଓଡିଶା ଶାଖାକୁ ପଠାଇଥିଲେ।ଓଡିଶା ଶାଖାର ମୁଖ୍ୟ ଡ଼ ଶିବସୁନ୍ଦର ସ୍ୱାଇଁ, ରାଜ୍ୟ ଯୁଗ୍ମ ନିର୍ଦେଶକ ଇଁ ଶଶାଙ୍କ ଶେଖର ପଣ୍ଡା ଓ ଜିଲ୍ଲାମୁଖ୍ୟ ନାରାୟଣ ସାହୁଙ୍କୁ ନେଇ ଗଠିତ ୩ଜଣିଆ ଟିମ ଭିଡିଓ କ୍ଲିପ ନେଇ ବାରଙ୍ଗ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ।ପିଲାଟି ସୁରକ୍ଷିତ ନଥିବାରୁ ତୁରନ୍ତ ସତ୍ୟାସତ୍ୟ ଜାଣିବା ସହ ପିଲାଟିକୁ ମାଠାରୁ ଅଲଗା କରିବାକୁ ଥାନା ଅଧିକାରୀ ଆକାଶଚନ୍ଦ୍ରରଣାଙ୍କୁ ନିବେଦନ କରିଥିଲେ।(ଗୌତମରାଉତଙ୍କ ରିପୋର୍ଟ)

 

 

 

 

Leave A Reply

Your email address will not be published.